କଂଗ୍ରେସ ସାଂସଦଙ୍କ ବିଜୟ ପରେ ଲାଗିଲା ପାକିସ୍ତାନ ଜିନ୍ଦାବାଦର ନାରା
·2 years ago·1 min read

ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ବିଜୟ ପରେ ଲାଗିଲା ପାକିସ୍ତାନ ଜିନ୍ଦାବାଦର ନାରା। ଯାହାକୁ ନେଇ ଦେଶ ତମାମ ଦେଖାଦେଇଛି ତୀବ୍ର ଅସନ୍ତୋଷ। ବେଙ୍ଗାଲୁରୁରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ପଲିଟିକାଲ୍ ସେକ୍ରେଟାରୀ ନାସିର ହୁସେନ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ବିଜୟ ଲାଭ କରିବା ପରେ କର୍ଣ୍ଣାଟକ ବିଧାନସଭା ପରିସରରେ କର୍ମୀଙ୍କ ସହ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଉଥିଲେ ନାସିର। ଏହି ସମୟରେ ପାକିସ୍ତାନ ଜିନ୍ଦାବାଦର ନାରା ଲାଗୁଥିବା ଶୁଣିବାକୁ ମିଳିଛି। ଯାହାକୁ ନେଇ ବିବାଦ ଦେଖା ଦେଇଛି।
ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟଙ୍କଠୁ ନେଇ ଅନେକ ବରିଷ୍ଠ ନେତୃତ୍ବ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଏହା କଂଗ୍ରେସର ଦେଶବିରୋଧୀ ମାନସିକତାକୁ ଧରାପକାଇଦେଇଥିବା ଅଭିଯୋଗ କରିଛନ୍ତି। ବିବାଦ ବଢ଼ିବା ପରେ ନିଜ ତରଫରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ପୋଲିସ। ଆଇପିସି 505 ଓ 153 ବି ଆଧାରରେ ରୁଜୁ ହୋଇଛି ମାମଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: