Videos
|
Odisha

ବାପାଙ୍କୁ ବାହାର ପଟୁ ତାଲା ପକାଇ ପୁଅ ଫେରାର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବାପାଙ୍କୁ ବାହାର ପଟୁ ତାଲା ପକାଇ ପୁଅ ଫେରାର

Key Points

ବାପାଙ୍କୁ ବାହାର ପଟୁ ତାଲା ପକାଇ ପୁଅ ଫେରାର
ବ୍ରହ୍ମପୁର ଗାନ୍ଧିନଗର ଫୋର୍ଟ ଲେନର ଘଟଣା
ଘଟଣା ସ୍ଥଳ ରେ ପୋଲିସ ପହଂଚିଛି

ପୁଅଟିଏ ହେଲେ ବାପା ମାଆ ଭାରି ଖୁସି ହୁଅନ୍ତି । କାହିଁକି ନା ପୁଅଟି ଘରେ ରହିବ, ବୃଦ୍ଧ ବୟସ ହେଲେ ପୁଅଟି ବାପାମାଙ୍କ ଯତ୍ନ ନେବ , ପରିବାର ପୋଷିବ । ହେଲେ ପୁଅଟା ଯେତେବେଳେ ଅମଣିଷ ପାଲଟିଯାଏ, ସେତେବେଳେ ବା କହିବ କାହାକୁ ? କିଛି ଏମିତି ଘଟଣା ଯାହା ଦେଖିବା ପରେ ହୃଦୟକୁ ବ୍ୟଥିତ କରିଛି । ବାପାକୁ ବାହାରପଟୁ ତାଲା ପକାଇ ଫେରାର ହୋଇଯାଇଛି ପୁଅ । ଏପରି ଘଟଣା ଘଟିଛି ବ୍ରହ୍ମପୁର ଗାନ୍ଧିନଗର ଫୋର୍ଟ ଲେନରେ । ବାପା ବାପା ପ୍ରକାଶ ଚନ୍ଦ୍ର କୋଠୀଆ ଙ୍କୁ ନିଜ ଘର ଭିତରେ ରଖି ବାହାରୁ ତାଲା ପକାଇ ପଳାଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ପୋଲିସରେ ଜଣାଇବା ପରେ ପୋଲିସ ଘର ବାହାରେ ପହଞ୍ଚି ବାପାକୁ ପଚରା ଉଚରା କରିଥଇଲେ ।


ପୁଅର ବାପା କହିଛନ୍ତି, ତାଙ୍କ ପୁଅ ରାୟଗଡାରେ ଚାକିରି କରେ । ସେ ଯେତେବେଳେ ଘରକୁ ଆଶେ ଘରେ ତାଙ୍କ ସହ ପାଟିଗୋଳ କରେ । ପୁଣି ଚାଲିଯାଏ । ରଥଯାତ୍ରା ବେଳେ ସେମିତି ପାଟିଗୋଳ କରି ଯାଇଥିଲା । ଏନେଇ ପୂର୍ବରୁ ସେ ପୋଲିସକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ପ୍ରକାଶ ବାବୁ ଘରେ ଏକା ମଣିଷ ରହୁଥିବା ବେଳେ ତାଙ୍କର ରକ୍ତଚାପ , ମଧୁମେହ ଆଦି ରୋଗ ରହିଛି । ଆଜି ସକାଳେ ଆସି ତାଲା ପକେଇଦେଇ ଯାଇଥିବା ଅଭିଯୋଗ କରିଛନ୍ତି ପ୍ରକାଶ । ଘଟଣାସ୍ଥଳରେ ପୋଲିସ ପଚରାଉଚରା ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: