Videos
|
Odisha

ସତର୍କ କରାଇଛନ୍ତି ପରିବହନ ସଚିବ , ମନମୁଖୀ ଭାବେ ଗାଡ଼ିରେ ଲଗାଇପାରିବେନି ନାଲିବତୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସତର୍କ କରାଇଛନ୍ତି ପରିବହନ ସଚିବ , ମନମୁଖୀ ଭାବେ ଗାଡ଼ିରେ ଲଗାଇପାରିବେନି ନାଲିବତୀ

Key Points

ମନଇଛା ଗାଡ଼ିରେ ଲଗାଇପାରିବେନି ନାଲିବତୀ
ବିଭିନ୍ନ ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି ପରିବହନ ସଚିବ
କେଉଁ ଗାଡ଼ିରେ ନାଲିବତୀ ଲାଗିବ ସେ ସଂପର୍କରେ ଏସ୍‌ଟିଏ ନିଷ୍ପତ୍ତି ନେବ
ଯେଉଁମାନେ ଗାଡ଼ିରେ ବତୀ ଲଗାଇବାକୁ ଚାହୁଁଛନ୍ତି ଅନୁମତିମୂଳକ ଷ୍ଟିକର ନେବେ

ମନମୁଖୀ ଭାବେ ଗାଡ଼ିରେ ଲଗାଇପାରିବେନି ନାଲିବତୀ । ବିଭିନ୍ନ ବିଭାଗକୁ ଚିଠି ଲେଖିଲେ ପରିବହନ ସଚିବ । ବିଭିନ୍ନ ବିଭାଗର ଅଧିକାରୀମାନେ ଯେପରି ମନମୁଖୀ ଭାବେ ଗାଡ଼ିରେ ନାଲିବତୀ ନ ଲଗାନ୍ତି ସେନେଇ ପ୍ରତ୍ୟେକ ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି ପରିବହନ ସଚିବ । ରାଜ୍ୟରେ ଶହଶହ ଗାଡ଼ିରେ ନାଲିବତୀ ଲାଗିଥିଲାବେଳେ ପ୍ରାଧିକୃତ ଅଧିକାରୀ ଭାବରେ ରାଜ୍ୟ ପରିବହନ ପ୍ରାଧିକରଣରୁ କେହି ଜଣେ ଏଥିପାଇଁ ଅନୁମତି ନେଇନଥିବା ମଧ୍ୟ ପରିବହନ ସଚିବ ସ୍ପଷ୍ଟ କରିଛନ୍ତି ।


ଯେଉଁମାନେ ଗାଡ଼ିରେ ବତୀ ଲଗାଇବାକୁ ଚାହୁଁଛନ୍ତି ସେମାନେ ଏସ୍‌ଟିଏରେ ଆବେଦନ କରି ଅନୁମତିମୂଳକ ଷ୍ଟିକର ନେବା ଲାଗି ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । କେଉଁ ଗାଡ଼ିରେ ବତୀ ଲାଗିପାରିବ ସେ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ଏସ୍‌ଟିଏକୁ ଦାୟିତ୍ଵ ଦିଆଯାଇଛି । ଯେଉଁ ଅଧିକାରୀଙ୍କ ଗାଡ଼ିରେ ମଲ୍‌ଟି କଲର୍‌ ବତୀ ଲାଗିବ ତାଙ୍କୁ ଏସ୍‌ଟିଏ ପକ୍ଷରୁ ଏକ ଷ୍ଟିକର ମଧ୍ୟ ଦିଆଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The STA will decide which vehicles will be fitted with red lights | Argus News