Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି

Odisha

ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି

ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ସନ୍ଧ୍ୟାରେ ଏନେଇ ଗୃହରେ ସୂଚନା ଦେଇଛନ୍ତି।

ମୁଖ୍ଯମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟରେ ଚଳିତ ବର୍ଷ ଅପ୍ରେଲ୍‌ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁହେବ। ପ୍ରଧାନମନ୍ତ୍ରୀ-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ ହେବ। ଏହା ଦ୍ବାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି 'ଆୟୁଷ୍ମାନ ବାୟୋ ବନ୍ଧନ'କୁ ମଞ୍ଜୁରୀ ମିଳିଛି। ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ମିଳିତ ଭାବେ କାମ କରିବ। ଏହି ଯୋଜନା ଦ୍ବାରା ହିତାଧିକାରୀମାନେ କ୍ୟାସ୍‌ଲେସ୍‌ ସୁବିଧା ପାଇପାରିବେ।

ସେହିପରି ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ ହୋଇଥିଲା। ସଂଶୋଧିତ ନିୟମାବଳୀ ଅନୁସାରେ ସିଧାସଳଖ ପ୍ରଭାବିତ ଅଞ୍ଚଳ ସୀମା ୧୦ କିମିରୁ ବୃଦ୍ଧି କରି ୧୫ କିମି କରାଯାଇଛି । ପରୋକ୍ଷ ପ୍ରଭାବିତ ଅଞ୍ଚଳର ସର୍ବାଧିକ ସୀମା ୨୫ କିମିରେ ସୀମିତ ରଖାଯାଇଛି। ରାଜ୍ୟ କ୍ୟାବିନେଟରେ ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ ସୁଗମ ଏବଂ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରାଯିବ ।

ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-2025” କୁ ଅନୁମୋଦନ କରିଛନ୍ତି । ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି ଅନୁଯାୟୀ, ଏଣିକି ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ପରିବାରର ଜଣକୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ୨୦୨୦ରେ ଗତ ସରକାର ଏ ନିୟମରେ ପରିବର୍ତ୍ତନ ଆଣିଥିଲେ । ମାତ୍ର ପୂର୍ବ ନିୟମ ଅନୁସାରେ ଏଣିକି ନିଯୁକ୍ତି ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ରାଜ୍ୟ ସରକାର ସିଭିଲ ସର୍ଭିସ ଥଇଥାନ ସହାୟତା ନିୟମ ୧୯୯୦ ଅନୁଯାୟୀ ପରିବାରର ଜଣେ ସଦସ୍ୟ ଗ୍ରୁପ ସି କିମ୍ବା ଗ୍ରୁପ ଡିରେ ନିଯୁକ୍ତି ହେଉଥିଲେ । ତେଣୁ ୨୦୨୦ ମସିହାରେ ନିଯମ ଲାଗୁ ହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଅନୁସାରେ ନିଯୁକ୍ତି ମିଳିବ ।

କ୍ୟାବିନେଟରେ ଅନୁମୋଦିତ ୧୦ଟି ପ୍ରସ୍ତାବ

1. ଆୟୁଷ୍ମାନ ଭାରତ ଏବଂ ଗୋପାବନ୍ଧୁ ଜନ ଆରୋଗ୍ୟ ଯୋଜନାର କାର୍ଯ୍ୟକାରିତା ।
2. ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ ।
3. ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫
4. ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୬ର ପରିଶିଷ୍ଟ-୨ରେ ଥିବା ପାଠ୍ୟକ୍ରମର ଆବଶ୍ୟକୀୟ ସଂଶୋଧନ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି।
5. ଓଡିଶା ପ୍ରାଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ)(ପ୍ରୋବେସନ ଓ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୪ର ପରିଶିଷ୍ଟ-୨ ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି।
6. ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍
7. ଜଳକର ବକେୟା ଆଦାୟ ପାଇଁ ଏକକାଳୀନ ସମାଧାନ ଯୋଜନା(OTS )
8.ବିକଶିତ ଗାଁ ବିକଶିତ ଓଡ଼ିଶା
9. ଜିଲ୍ଲା ଖଣି ଫାଉଣ୍ଡେସନ ନିୟମାବଳୀ 2025
10.ଭୂମିହୀନମାନଙ୍କ ପାଇଁ ନୂତନ ନିୟମ ଭୁବନେଶ୍ୱର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-state-cabinet-has-approved-10-proposals-in-7-departments | Argus News