କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ରିଲିଫ ପାଣ୍ଠିରୁ ମିଳିବ ସହାୟତା

Key Points
ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ନାଁରେ ଘୋଷଣା କଲେ ରାଜ୍ୟ ସରାକର ।
ଭୁବନେଶ୍ୱର: ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ନାଁରେ ଘୋଷଣା କଲେ ରାଜ୍ୟ ସରାକର । କୃଷି ଓଡିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ । 33 ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ମିଳିବ ସହାୟତା । ତେବେ ଅଦିନିଆ ବର୍ଷାରେ ରାଜ୍ୟରେ 6 ଲକ୍ଷ 66 ହଜାର 7 ଶହ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।
ଅଦିନିଆ ବର୍ଷା ରେ କ୍ଷତି ହୋଇଥବା 2 ପ୍ରକାର କ୍ଷତି ପୂରଣ ପାଇବେ ଚାଷୀ । ଡିସେମ୍ବର 30 ତାରିଖ ସୁଦ୍ଧା ଜିଲ୍ଲାପାଳ ଦେଇଥିବା ରିପୋର୍ଟ ଅନୁଯାଇ ଅନୁଗୁଳରେ କମ, ଭଦ୍ରକ, କଟକ ଢେଙ୍କାନାଳ, ଗଜପତି, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା,ପୁରୀ,ରାୟଗଡା, ଜଗତସିଂହପୁର, କନ୍ଧମାଳ, ନୟାଗଡ, ନୂଆପଡା, ରାୟଗଡା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି ।
📱 Get Argus News App
✨ସର୍ବାଧିକ ଗଞ୍ଜାମ ଜିଲ୍ଲାରେ 60 ହଜାର 712.61 ହେକ୍ଟର ଚାଷୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ପୁରୀ ଜିଲ୍ଲାରେ 49 ହଜାର 296 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ନୂଆପଡାରେ 12.60 ହେକ୍ଟର ଜମି କ୍ଷତିଗ୍ରସ୍ତ । 16 ଜିଲ୍ଲାରେ 2 ଲକ୍ଷ 26 ହଜାର 791.27 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛନ୍ତି । ସମସ୍ତଙ୍କୁ ସହାୟତା ଦିଆଯିବ । 15 ଦିନ ଭିତରେ ବୀମା କମ୍ପାନୀମାନେ ପଞ୍ଜିକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ । ଯାହାର ଯେତେ କ୍ଷତି ତାକୁ ସେତେ ସହାୟତା ମିଳିବ । ଆକଳନରୁ ବାଦ ପଡ଼ିଥିବା ଚାଷୀଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରାଯିବ ।