|
logo
Live
Argus News App
GET APP

Argus News - ସୁବିଧାରେ ଓ ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ   

Odisha

ସୁବିଧାରେ ଓ ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ   

Manini Pattanayak
Browse all articles by Manini Pattanayak
·2 years ago·2 min read
ସୁବିଧାରେ ଓ ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ   

ନୟାଗଡ: ଡାକ୍ତରଖାନା ଅଛି କିନ୍ତୁ ଡାକ୍ତର ନାହାନ୍ତି। ରୋଗୀ ଯାଉଛନ୍ତି ଲାଇନ୍‌ ରେ ଛିଡା ହେଇ ହେଇ ଫେରିଆସୁଛନ୍ତି।  ନାହିଁ ନାହିଁରେ ଚାଲିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଏ ହେଉଛି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ।  ଯାହା ଉପରେ  ୨୦ଟା ପଞ୍ଚାୟତ  ନିର୍ଭର କରିଥାନ୍ତି।   କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରର ଏ ବିକଳ ଚିତ୍ର କହିଦେଉଛି   ରୋଗୀ କିପରି ପାଉଥିବେ ସେବା। ଗରିବ ଲୋକ ମାନଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାଉଣ୍ଡ ଜ଼ିରୋରେ କିନ୍ତୁ ସ୍ଥିତି ସମ୍ପୂର୍ଣ ଭିନ୍ନ l  ଯାହା ସରକାରଙ୍କ ବିକାଶକୁ  ପଦାରେ ପକାଉଛି। ଡାକ୍ତର ଅଭାବ ସାଙ୍ଗକୁ ଆବଶକୀୟ ଉପକରଣ ନଥିବାରୁ ବର୍ଷ ବର୍ଷ ଧରି ହିନସ୍ଥା ଭୋଗୁଛନ୍ତି ଲୋକେ l   ଇଏ ଆଜିକାଲିର ଘଟଣା ନୁହେଁ ଏବଂ ବର୍ଷ ବର୍ଷ ଧରି ଏଭଳି ଦୁର୍ଦଶାର ଶିକାର ହେଉଛନ୍ତି ଦୂରଦୂରାନ୍ତରୁ ଆସିଥିବା ରୋଗୀ ଓ ତାଙ୍କ ସମ୍ପକୀୟ l ସେପଟେ ମେଡିକାଲ ଭିତରେ ଥିବା ପରୀକ୍ଷାଗାରରେ ଆବଶକୀୟ ଟେକ୍ନିସିଆଲ ସାଙ୍ଗକୁ ଯନ୍ତ୍ରଂଶ ଓ କେମିକାଲର ଅଭାବ ଥିବାରୁ  ଗୁରୁତ୍ୱପୁର୍ଣ ପରୀକ୍ଷରୁ ବଞ୍ଚିତ ହୋଇ ଅତ୍ୟଧିକ ଖର୍ଚ୍ଚାନ୍ତହୋଇ ବାହାରେ ପରୀକ୍ଷା କରନ୍ତି ରୋଗୀ l ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରୋଗୀ l ରଣପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ଅଂଚଳର ପ୍ରାୟ 20ଟି  ପଞ୍ଚାୟତର ଏକଲକ୍ଷରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବା ବେଳେ ଗୋଟିଏ NAC ର ଲୋକ ମଧ୍ୟ୍ୟନିର୍ଭର କରିଥାନ୍ତି l

ରଣପୁର ମେଡିକାଲରେ 24ଟି ଡାକ୍ତର ପଦବୀ ଥିବା ବେଳେ ମାତ୍ର ଅଛନ୍ତି 3ଜଣ ଡାକ୍ତର, ତା ପୁଣି ସପ୍ତାହକୁ ପାଳିକରି ଆସନ୍ତି ଡାକ୍ତର l ଏଠାରେ ଥିବା ଔଷଧ ବିତରଣ କେନ୍ଦ୍ରଟି କେବଳ OPD ସମୟରେ ଖୋଲା ରହୁଥିବା ବେଳେ ଅନ୍ୟ ସମୟରେ ବନ୍ଦରୁହେ l ଖାଲି ସେତିକି ନୁହେଁ ମେଡିକାଲର ଡାକ୍ତର ଔଷଧ ବିତରଣ କେନ୍ଦ୍ରର ଔଷଧ ଲେଖିବା ପରିବର୍ତ୍ତେ ବାହାରୁ ଔଷଧ କିଣିବା ପାଇଁ ପରାମର୍ଶ ଦେଇଥାନ୍ତି, ଫଳରେ ଡାକ୍ତର ଓ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ପାଇଁ ଅଯଥା ଖର୍ଚ୍ଚାନ୍ତ ହୁଅନି ଗରିବ ରୋଗୀ l ଯାହାକୁ ନେଇ କ୍ଷଭୋ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସି l
କିପରି ଗରିବ ଲୋକମାନଙ୍କୁ ସୁବିଧାରେ ଓ ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଭିତିଭୂମି ସ୍ଥାପନ କରି ଡିଣ୍ଡିମ ପିଟୁଥିବା ବେଳେ ଡାକ୍ତର ଖାନରେ ଡାକ୍ତର ଅଭାବ ହଁ ସ୍ପଷ୍ଟ ବୟାନ କରୁଛି କିପରି ରୋଗୀଙ୍କୁ ମିଳୁଥିବ ସ୍ୱାସ୍ଥ୍ୟସେବା l  ରାଜ୍ୟ ସରକାର ମିଛଟାରେ ସ୍ୱାସ୍ଥ୍ୟସେବାରେ ନାଁ ରେ ବାହାସ୍ପଟ ମାରୁଛନ୍ତି। କିନ୍ତୁ ପ୍ରକୃତ ଚିତ୍ର ଆପଣଙ୍କ ସାମ୍ନାରେ  । 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
ସୁବିଧାରେ ଓ ବିନାମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ    | Argus News