Videos
|
Odisha

ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତ୍ତି ଛାଡ଼ିଲେ ରାଜ୍ୟ ସରକାର

Ritu Das
Browse all articles by Ritu Das
·2 years ago·2 min read
ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତ୍ତି ଛାଡ଼ିଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ସରିଲା ଖରା ଛୁଟି । ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, କାଲିଠାରୁ ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା । କିନ୍ତୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସ୍କୁଲ ଖୋଲିବ କି ନାହିଁ, ତାକୁ ନେଇ ଦେଖା ଦେଇଥିଲା ଦ୍ୱନ୍ଦ୍ୱ । କିନ୍ତୁ ଏବେ ସ୍କୁଲ ଖୋଲିବାକୁ ନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବ ନିଷ୍ପତ୍ତି ଅନୁସାରେ, କାଲିଠାରୁ ସ୍କୁଲ ଖୋଲିବ । କିନ୍ତୁ ପାଣିପାଗ ସ୍ଥିତିକୁ ନେଇ ସରକାର, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିପାରିବେ ଜିଲ୍ଲାପାଳ । ଅନୁକୂଳ ପାଗ ଥିବା ଜିଲ୍ଲା ଗୁଡ଼ିକରେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ସେହିପରି ବାଲେଶ୍ୱର ଜିଲ୍ଲାପାଳ ଆସନ୍ତାକାଲି ଯାଏ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ଏହାପରଠୁ ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏ ସ୍କୁଲ ଖୋଲିବ । ତେବେ କେନ୍ଦୁଝର ଓ ଦେବଗଡରେ ଆସନ୍ତାକାଲିଠୁ ସକାଳୁ ସ୍କୁଲ୍ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଝାରସୁଗୁଡା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ରହିବ । ୧୯, ୨୦ ଦୁଇ ଦିନ ସକାଳୁଆ ସ୍କୁଲ ହେବ । ସେହିପରି ଯାଜପୁର ଜିଲ୍ଲାରେ ଆସନ୍ତା ୪ ଦିନ ସକାଳୁଆ ସ୍କୁଲ ହେବ ବୋଲି ଜିଲ୍ଲାପାଳ ନିଖୀଲ ପବନ କଲ୍ୟାଣ ନିଷ୍ପତ୍ତି ନେଇଛନ୍ତି । ଏବେ ଆସନ୍ତୁ ନଜର ପକାଇବା ରାଜ୍ୟର କେଉଁ ଜିଲ୍ଲାରେ ସ୍କୁଲ ଖୋଲା ରହିବ ଓ ବନ୍ଦ ରହିବ। 

କେଉଁଠି ଛୁଟି, କେଉଁଠି ଖୋଲା?
ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର ସକାଳୁଆ ସ୍କୁଲ
ନୟାଗଡ଼ ଜିଲ୍ଲାରେ ୧୮, ୧୯ ଛୁଟି, ୨୦ରୁ ୨୨ ସକାଳୁଆ
ବାଲେଶ୍ବରରେ କାଲି ବନ୍ଦ ରହିବ ସ୍କୁଲ
ଭଦ୍ରକ, ସୁନ୍ଦରଗଡ଼, ଗଜପତି, ମୟୂରଭଞ୍ଜରେ ୨୦ ଯାଏ ସ୍କୁଲ ଛୁଟି
କେନ୍ଦୁଝର ୧୮ରୁ ୨୦ ସକାଳୁଆ ସ୍କୁଲ 
ବଲାଙ୍ଗୀର, ସମ୍ବଲୁପରରେ ୨୦ ଯାଏ ସ୍କୁଲ ବନ୍ଦ
କେନ୍ଦ୍ରାପଡ଼ା ୧୮ରେ ଛୁଟି ୧୯ରୁ ସକାଳୁଆ
ବୌଦ୍ଧ ଜିଲ୍ଲାରେ କାଲି ସ୍କୁଲ ଛୁଟି, ପରବର୍ତ୍ତୀ ନିଷ୍ପତ୍ତି ହୋଇନି
ଝାରସୁଗୁଡ଼ାରେ ସବୁ ସ୍କୁଲ ୧୯ରୁ ଖୋଲିବ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The state government | Argus News