Videos
|
Odisha

ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି

Rashmita Mishra
Browse all articles by Rashmita Mishra
·1 year ago·1 min read
 ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି

Key Points

ପୁରୀ ଜିଲ୍ଲାରେ ଆଗୁଆ ବନ୍ୟା ପ୍ରସ୍ତୁତି
ପ୍ରମୁଖ ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କଲା ଜଳ ସମ୍ପଦ ବିଭାଗ
ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ନେଇ ଆରମ୍ଭ ହେଲା ପ୍ରସ୍ତୁତି

ଜିଲ୍ଲାରେ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ
ଅର୍ବାନ ଫ୍ଲଡିଙ୍ଗ ପାଇଁ ପମ୍ପ ସେଟ୍ ଓ ବୋଟ୍ ତୟାର

ଉପର ମୁଣ୍ଡରେ ଜଳସ୍ତର ବଢିବା ସାଙ୍ଗକୁ ଲଘୁଚାପ ଜନିତ ବର୍ଷା ଆଉ ହୀରାକୁଦର ୨୦ଟି ଗେଟ ଖୋଲିବା ପରେ ଏବେ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ନେଇ ଚିନ୍ତା। ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ, ଗୋପ, ବଳଙ୍ଗା ଓ ବ୍ରହ୍ମଗିରି ଆଦି ଅଂଚଳରେ । ପ୍ରବାହିତ ନଦୀ ଦୟା,ମକରା, ମଲାଗୁଣି, ଲୁଣା, ଭାର୍ଗବୀ, କୁଶଭଦ୍ରାର ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିଛି ଜଳ ସମ୍ପଦ ବିଭାଗ। ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ସମସ୍ତ ନଦୀବନ୍ଧର ସ୍ଥିତି ସହ ଗଳିଆ ପଡୁଥିବା ସ୍ଥାନର ସ୍ଥିତି ଯାଞ୍ଚ କରିଛନ୍ତି । ସେଠାରେ ପଥର ପ୍ୟାକିଙ୍ଗ କରି ମରାମତି ହୋଇଛି । ଏବେ ବନ୍ୟାର ଆଶଙ୍କା ନଥିଲେ ବି ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ନେଇ ଟିମ ଗଠନ କରି ପ୍ରସ୍ତୁତି ଆରମ୍ଭ ହୋଇଛି।

ସେପଟେ ସମ୍ଭାବ୍ୟ ବନ୍ୟାକୁ ନେଇ ପୁରୀ ଜିଲାରେ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଅର୍ବାନ ଫ୍ଲଡିଙ୍ଗର ଆଶଙ୍କା ରହୁଥିବାରୁ ପମ୍ପ ସେଟ୍ ଓ ବୋଟ୍ ପ୍ରସ୍ତୁତ ରଖାଯାଇଛି। ଲାଇଫ ଜ୍ୟାକେଟ, କଟର, ରେସକ୍ୟୁ ଟ୍ଵିଉ, ଦଉଡି, ବୋଟ, ପମ୍ପ ସେଟ ଆଦି ସରଞ୍ଜାମ ପ୍ରସ୍ତୁତ ରହିଛି ।

ରାଜ୍ୟ ସରକାର ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିରୋ କାଜୁଆଲଟି ଓ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର, ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ସହ ଅର୍ବାନ ଫ୍ଲଡିଙ୍ଗକୁ ଗୁରୁତ୍ୱ ଦେଇ ସବୁ ବିଭାଗକୁ ଆଲର୍ଟରେ ରଖାଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-state-government-has-started-preparations-to-deal-with-possible-floods-in-puri-district | Argus News