ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି, ଦୂର ହେବ ଚାଷୀଙ୍କ ଦୁଃଖ

Key Points
ଆସନ୍ତା ବର୍ଷଠାରୁ ଧାନ କିଣା ପ୍ରକ୍ରିୟାରେ ଲାଗୁ ହେବ ଇ-କେୱାଇସି ବ୍ୟବସ୍ଥା।
ଧାନ କିଣା ପାଇଁ ରାଜ୍ୟ ସରକାର ଆଣିବେ ନୂଆ ନୀତି । ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ବର୍ଷଠାରୁ ଧାନ କିଣା ପ୍ରକ୍ରିୟାରେ ଲାଗୁ ହେବ ଇ-କେୱାଇସି ବ୍ୟବସ୍ଥା। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଧାନ ରୋକିବାକୁ ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।
ରବି ଧାନ ସଂଗ୍ରହ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ବସିଥିଲା। ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ କରାଯାଇଛି । ୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଥିବା ବେଳେ ଏଯାବତ ସଂଗ୍ରହ ୧୯ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସରିଛି ।
📱 Get Argus News App
✨ପ୍ରକୃତ ହିତାଧିକାରୀ ଉପକୃତ ହେବା ପାଇଁ ଆଗାମୀ ବର୍ଷ ଠାରୁ ଇ- କେୱାଇସି ବ୍ୟବସ୍ଥା ଲାଗୁ କରିବେ ସରକାର। ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଏବଂ ଅନ୍ୟ ପଡୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକିବା ପାଇଁ ଚାଷୀଙ୍କ ଇ- କେୱାଇସି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ବୈଠକରେ ବିଚାର ବିମର୍ଶ ହୋଇଥିଲା । ଏହାଦ୍ବାରା ଆମ ରାଜ୍ୟ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଆଗାମୀ ସମୟରେ ଧାନ କିଣା ନିମନ୍ତେ ନୂତନ ନୀତି ଆଣିବା ପାଇଁ ସରକାର ବିଚାର କରୁଛନ୍ତି ।