Videos
|
Odisha

ଧାନ କିଣାରେ ସ୍ୱଚ୍ଛତା ଆଣିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଧାନ କିଣାରେ ସ୍ୱଚ୍ଛତା ଆଣିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର

Key Points

ଧାନ କିଣା ପାଇଁ ରାଜ୍ୟ ସରକାର ଆଣିବେ ନୂଆ ନୀତି

ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ବଡ଼ ନିଷ୍ପତ୍ତି

ଧାନ କିଣା ପାଇଁ ରାଜ୍ୟ ସରକାର ଆଣିବେ ନୂଆ ନୀତି । ଧାନ କିଣାରେ ସ୍ବଚ୍ଛତା ଆଣିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆସନ୍ତା ବର୍ଷଠାରୁ ଧାନ କିଣା ପ୍ରକ୍ରିୟାରେ ଲାଗୁ ହେବ ଇ-କେୱାଇସି ବ୍ୟବସ୍ଥା। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଧାନ ରୋକିବାକୁ ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରବି ଧାନ ସଂଗ୍ରହ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ବସିଥିଲା। ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ କରାଯାଇଛି।


୧୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଥିବାବେଳେ ଏଯାବତ ସଂଗ୍ରହ ୧୯ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସରିଛି। ପ୍ରକୃତ ହିତାଧିକାରୀ ଉପକୃତ ହେବା ପାଇଁ ଆଗାମୀ ବର୍ଷ ଠାରୁ ଇ- କେୱାଇସି ବ୍ୟବସ୍ଥା ଲାଗୁ କରିବେ ସରକାର। ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଏବଂ ଅନ୍ୟ ପଡୋଶୀ ରାଜ୍ୟରୁ ଆସୁଥିବା ଧାନକୁ ରୋକିବା ପାଇଁ ଚାଷୀଙ୍କ ଇ- କେୱାଇସି ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ବୈଠକରେ ବିଚାର ବିମର୍ଶ ହୋଇଥିଲା । ଏହାଦ୍ବାରା ଆମ ରାଜ୍ୟ ପ୍ରକୃତ ହିତାଧିକାରୀ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଆଗାମୀ ସମୟରେ ଧାନ କିଣା ନିମନ୍ତେ ନୂତନ ନୀତି ଆଣିବା ପାଇଁ ସରକାର ବିଚାର କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-state-government-has-taken-a-big-decision-to-bring-cleanliness-in-paddy-procurement | Argus News