ଯବାନଙ୍କ ସ୍ୱତନ୍ତ୍ର ଭତ୍ତା ୨୫ ହଜାରକୁ ବଢ଼ାଇଲେ ରାଜ୍ୟ ସରକାର, ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ କୁଲହରିଘାଟ ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ମିଳିତ ଅଭିଯାନ ଦ୍ୱାରା ୧୪ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନରେ ଓଡିଶା ପୋଲିସର SOG ଯବାନଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ଯବାନଙ୍କୁ ମିଳୁଥିବା ସ୍ୱତନ୍ତ୍ର ଭତ୍ତା (Risk Allowance) ୮ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଓଡିଶାରେ ନକ୍ସଲ ବିରୋଧୀ ଅଭିଯାନ ଆହୁରି ବ୍ୟାପକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: