Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋଦିଙ୍କ ସ୍ୱପ୍ନ ପୂରଣ କରିବାରେ ଲାଗି ପଡିଛନ୍ତି ରାଜ୍ୟ ସରକାର

Ritu Das
Browse all articles by Ritu Das
·1 year ago·2 min read
ମୋଦିଙ୍କ ସ୍ୱପ୍ନ ପୂରଣ କରିବାରେ ଲାଗି ପଡିଛନ୍ତି ରାଜ୍ୟ ସରକାର

ମହିଳା ଆଗକୁ ବଢିଲେ ଆଗକୁ ବଢିବ ସମାଜ। ତେଣୁ ମହିଳାଙ୍କୁ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଲକ୍ଷ୍ୟ ରଖିଛନ୍ତି ତାକୁ ଆଗକୁ ନେଉଛନ୍ତି ରାଜ୍ୟ ସରକାର। ଲକ୍ଷପତି ଦିଦି ସୃଷ୍ଟି କରିବାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ କରିଛି ଓଡ଼ିଶା । ଏପ୍ରିଲ ୧୩ ସୁଦ୍ଧା ଓଡ଼ିଶାରେ ଚିହ୍ନଟ ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷରୁ ଅଧିକ ମହିଳା ଏଯାବତ୍ ଲକ୍ଷପତି ଦିଦିରେ ପରିଣତ ହୋଇସାରିଛନ୍ତି। ଏହି ପ୍ରୟାସକୁ ଓଡ଼ିଶାରେ ମିଶନ ଶକ୍ତି ବିଭାଗ ଅଧୀନରେ ଓଡ଼ିଶା ଜୀବିକା ମିଶନ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି ଏବଂ କେନ୍ଦ୍ର ପ୍ରାୟୋଜିତ ଜାତୀୟ ଗ୍ରାମୀଣ ଜୀବିକା ମିଶନର ଲକ୍ଷ୍ୟ ସହିତ କାର୍ଯ୍ୟକାରୀ କରାଯାଇଛି। ମିଶନ୍ ମୋଡରେ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ ରାଜ୍ୟରେ ବିଭାଗୀୟ ସହଭାଗିତା, ଆଞ୍ଚଳିକସ୍ତରରେ ନେତୃତ୍ୱ ଏବଂ ଜୀବନ ଜୀବିକାକୁ ସୃଦୃଢ କରି ଏକ ଶକ୍ତିଶାଳୀ ମଡେଲ ଭାବେ ଉଭା ହୋଇଛି ।


୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ସ୍ଥାନୀୟ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିଛନ୍ତି। ମାଷ୍ଟର ଟ୍ରେନର୍ ମାନେ ମହିଳାମାନଙ୍କୁ ବୈଷୟିକ ଏବଂ ଉଦ୍ୟୋଗିକ ଦକ୍ଷତା ହାସଲ କରିବାରେ ସହାୟତା କରୁଛନ୍ତି। ଯେଉଁଥିରେ ସିଲାଇ, ଛତୁ ଚାଷ, ପଶୁପାଳନ ତଥା ଖାଦ୍ୟ ପ୍ରକ୍ରିୟାକରଣ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ପାରମ୍ପରିକ ଜ୍ଞାନକୁ ବ୍ୟବହାରିକ କୌଶଳ ମାଧ୍ୟମରେ ବ୍ୟବସାୟରେ ପରିଣତ କରିବାର ମାର୍ଗ ପାଉଛନ୍ତି । ଏ ପ୍ରକ୍ରିୟାରେ ସାରା ରାଜ୍ୟରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢୁଛି। ଲକ୍ଷପତି ଦିଦି ଯୋଜନା ଆସିବା ପରେ ବେଶ୍ ଲାଭବାନ ହେବା ସହ ରୋଜଗାର ବୃଦ୍ଧି ଯୋଗୁଁ ପରିବାର ସୁରୁଖୁରୁରେ ଚଳୁଛି । ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା। ଗତ ସରକାରରେ ମିଶନ ଶକ୍ତି ଥିଲା ବିଜେଡି ଭୋଟ୍ ବ୍ୟାଙ୍କ । ଯାହାକୁ ଭାଙ୍ଗିଦେଲା ସୁଭଦ୍ରା । ଏବେ ସାରା ଦେଶରେ ଲକ୍ଷପତି ଦିଦି ସୃଷ୍ଟି ସହ ମହିଳା ସଶକ୍ତିକରଣ ଓ ସମାଜ ପ୍ରତି ମହିଳାଙ୍କ ଅବଦାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-state-government-is-committed-to-fulfilling-modis-dream | Argus News