Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଆହୁରି ୩ ଦିନ ହେବ ପ୍ରବଳ ଖରା ଓ ଗୁଳୁଗୁଳି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଆହୁରି ୩ ଦିନ ହେବ ପ୍ରବଳ ଖରା ଓ ଗୁଳୁଗୁଳି

Key Points

ଗୁଳୁଗୁଳିରୁ ମିଳିବନି ଆଶ୍ବସ୍ତି

ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି

୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ

ଗରମ ଓ ଗୁଳୁଗୁଳିରୁ ମିଳିବନି ଆଶ୍ବସ୍ତି । ଆହୁରି ୩ ଦିନ ପ୍ରବଳ ଖରା ଓ ଗୁଳୁଗୁଳି । ଆଗାମୀ ୩ ଦିନ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅସହ୍ୟ ତାତି ଓ ଗୁଳୁଗୁଳି ସମ୍ଭାବନା । ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତାତି ନେଇ ୧୦ ଜିଲ୍ଲାକୁ ୟୋଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଟ୍ବିନ ସିଟି ସମତେ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ବରରେ ତାତି ସହ ଗୁଳିଗୁଳି ହେବାର ସମ୍ଭାବନା ରହିଛି । ଅନ୍ୟପଟେ
କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ଝଟକା ପବନ ବହିବାର ସମ୍ଭାବନା ରହିଛି । 


ଗତ କିଛି ଦିନ ହେବ ବର୍ଷା ପାଇଁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିଥିଲା। ହେଲେ ପୁଣି ଥରେ ରାଜ୍ୟରେ ଗରମ ଅନୁଭୂତ ହେଉଛି। ଆଗକୁ ଆହୁରି ୩ ଦିନ ଏଭଳି ପରିସ୍ଥିତି ଲାଗି ରହିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-state-will-experience-intense-heat-and-humidity-for-another-three-days | Argus News