ଆକ୍ରମଣରେ ପୀଡ଼ିତ ପରିବାରଙ୍କ ବୟାନକୁ କାଳ୍ପନିକ କହି କଲେ ଉପହାସ

Key Points
ମାନବିକତା ହରାଇଦେଲେ ସାଂସଦ ସୁଲତା ଦେଓ
ପହଲଗାମ୍ ଆକ୍ରମଣକୁ ନେଇ ଦେଲେ ବିବାଦୀୟ ମନ୍ତବ୍ୟ
ଆକ୍ରମଣରେ ପୀଡ଼ିତ ପରିବାରଙ୍କ ବୟାନକୁ କାଳ୍ପନିକ କହି କଲେ ଉପହାସ
କହିଲେ ଯେତିକି ସମୟରେ ଲୋକ ମଲେ ସେତିକିରେ ଧର୍ମ ପଚାରି ହେବନି
ଏଆଇଏମଆଇଏମର ମୁଖ୍ୟଙ୍କ ବୟାନକୁ ଶୁଣି ନ ଥିଲେ ସୁଲତା
୨୨ ତାରିଖରେ ଘଟିଥିବା ପହଲଗାମ୍ ଘଟଣା କେତେ ଯେ ହୃଦୟ ବିଦାରକ ତାହା ବୟାନ କରିବାକୁ ଏହି ଗୋଟିଏ ଭିଡ଼ିଓ ହିଁ ଯଥେଷ୍ଟ । ଧର୍ମ ପଚାରି, କଲମା ପଢିବାକୁ କହି, ପ୍ୟାଣ୍ଟ ଖୋଲି ଆତଙ୍କବାଦୀ ଯେ କେବଳ ହିନ୍ଦୁ ମାନଙ୍କୁ ଖୋଜି ମାରୁଥିଲେ ତାହା ଘଟଣା ସମୟରେ ବୁକୁ ଫଟା ଚିତ୍କାର କରି ବଞ୍ଚାଇବାକୁ ଆକୁଳ ନିବେଦନ କରୁଥିବା ଏହି ମହିଳା ମାନଙ୍କ ବୟାନ କହୁଛି । ଘାଟିରେ କଣ ଘଟିଥିଲା, କିଭଳି ହିନ୍ଦୁ ଙ୍କ ରକ୍ତରେ ହୋଲି ଖେଳିଥିଲେ ଆତଙ୍କବାଦୀ ତାହା ସବୁକିଛି ବେଶ ବାରି ହେଇପଡୁଛି ।
ଏପରିକି ୮ ରୁ ୧୦ ବର୍ଷ ର ଏଇ କୁନି ପୁଅର କଥା ବି ଛାତି ଥରାଇ ଦେଉଛି । କିନ୍ତୁ କୁହାଳିଆ ନେତ୍ରୀ ତଥା ବିଜେଡି ସାଂସଦ ସୁଲତା ଦେଓଙ୍କୁ ଏ ସବୁ ମିଛ ଲାଗୁଛି । ମୃତ୍ୟୁବରଣ କରିଥିବା ପରିବାରକୁ ଉପହାସ କରି କଟା ଘା ଚୂନ ବୋଳିବା ଭଳି ସୁଲତା କହୁଛନ୍ତି ଯେତିକି ସମୟରେ ଲୋକ ମଲେ ସେତିକିରେ ଧର୍ମ ପଚାରି ହେବନି ।
କେବଳ ମୃତକଙ୍କ ପରିବାର ନୁହେଁ ଆତଙ୍କୀ ଧର୍ମ ପଚାରି ମାରିବା କଥା କହିଥିଲେ ଏଆଇଏମଆଇଏମର ମୁଖ୍ୟ ସୁଲତା ଦେଓ vs ଅସଉଦ୍ଦିନ ଓବେସି, ଏଆଇଏମଆଇଏମର ମୁଖ୍ୟ ।
ସେପଟେ ସୁଲତା ଙ୍କ ଏପରି ବୟାନ କୁ କଡ଼ା ଭାଷା ରେ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ବିଜେଡି ବି ଏଭଳି ମନ୍ତବ୍ୟକୁ ସଂସ୍କୃତି ବିରୋଧୀ ବୋଲି କହିଛି। ଏବେ ପ୍ରଶ୍ନ ବିଜେଡି ସାଂସଦ ଦେଇଥିବା ବୟାନ କୁ ନେଇ ଜବାବ ମାଗିବେ କି ସୁପ୍ରିମୋ ? ପହଲଗାମ୍ ଆକ୍ରମଣ ରେ ପ୍ରାଣ ହରାଇଥି ସହିଦଙ୍କ ପରିବାରଙ୍କୁ ଉପହାସ କରିଥିବା ନେତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବେ ତ ନବୀନ ? ନା ପାଣ୍ଡିଆନ ଙ୍କ ଆନୁଗତ୍ୟ ବୋଲି ସାତ ଖୁନ ମାଫ ଭଳି ନୋ ଆକ୍ସନ ନୋ ରିଆକ୍ସନ ରେ ରହିଯିବେ ନବୀନ ।