Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟେଣ୍ଡର ଡାକିଛି ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୁଖ୍ୟ ଦ୍ଵାର ହେବ ରୂପା ଛାଉଣୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଟେଣ୍ଡର ଡାକିଛି ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୁଖ୍ୟ ଦ୍ଵାର ହେବ ରୂପା ଛାଉଣୀ

Key Points

ରୂପା ଛାଉଣୀ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୁଖ୍ୟ ଦ୍ଵାର ଓ ଖିଲଣ

ଟେଣ୍ଡର ଡାକିଛି ଶ୍ରୀମନ୍ଦିର ପ୍ରଶାସନ

ଦୁଇ ମାସ ମଧ୍ୟରେ ଶେଷ ହେବ କାମ

ରୂପା ଛାଉଣୀ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୁଖ୍ୟ ଦ୍ଵାର ଓ ଖିଲଣ । ଟେଣ୍ଡର ଡାକିଛି ଶ୍ରୀମନ୍ଦିର ପ୍ରଶାସନ । ଦୁଇ ମାସ ମଧ୍ୟରେ ଶେଷ ହେବ କାମ । ବଦଳିବ ରତ୍ନଭଣ୍ଡାର ମୁଖ୍ୟ ପ୍ରବେଶ ପଥ ଦ୍ୱାର ଓ ଖିଲଣ । ପୂର୍ବରୁ ଥିବା କାଠ କବାଟ କୁ ବଦଳାଯାଇ ଲାଗିବ ବର୍ମା ଶାଳ କାଠରେ ନିର୍ମିତ ଦ୍ଵାର । ବଦଳିବ ପୁରୁଣା ଗ୍ରୀଲ୍। ଲାଗିବ ନୂଆ ଷ୍ଟେନ୍ ଲେସ ଷ୍ଟିଲ ଗ୍ରୀଲ । ଦୁଇ ମାସ ଭିତରେ କାମ ସାରିବାକୁ ଟେଣ୍ଡରରେ ନିର୍ଦ୍ଦେଶ ରହିଛି । କବାଟ ଓ ଗ୍ରୀଲ୍ ପାଇଁ ୯ ଲକ୍ଷ ୩୭ ହଜାର ଖର୍ଚ୍ଚ ମୂଲ୍ୟ ଧାର୍ଯ୍ୟ ହୋଇଛି । ରଥଯାତ୍ରା ମଧ୍ୟରେ ରତ୍ନ ଭଣ୍ଡାର ମରାମତି ଓ ଆନୁସଙ୍ଗିକ କାମ ଜାରି ରହିବ ।


ପରେ ପରେ ରତ୍ନଭଣ୍ଡାର ମୁଖ୍ୟ ଦ୍ଵାର ବଦଳିବା ସହ ରୂପା ଛାଉଣୀ ହେବ । ପୂର୍ବରୁ ପତିତପାବନ ମନ୍ଦିର, ବିଭିନ୍ନ ଦ୍ୱାର ରୂପା ଛାଉଣୀ ହୋଇ ସାରିଛି । ଏବେ ଟେଣ୍ଡର ହେବା ପରେ ପ୍ରଭା ଓ ଅନ୍ୟାନ୍ୟ ଅଂଶ ମଧ୍ୟ ଆଗକୁ ରୂପା ଛାଉଣୀ ହେବ । ତେବେ ରତ୍ନ ଭଣ୍ଡାର ଛାଉଣୀ ପରେ ଖୁବ୍ ଶୀଘ୍ର ଗଣତି ମଣତି କାର୍ଯ୍ୟ କରିବାକୁ ଦାବି କରିଛନ୍ତି ଶ୍ରୀମନ୍ଦିର ସେବକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-statement-the-temple-administration-has-invited-tenders-the-main-gate-of-the-temples-ratnabhandar-will-be-a-silver-camp-is-not-entirely-accurate | Argus News