Videos
|
Odisha

ସତର୍କ ସଙ୍କେତ ଅତିକ୍ରମ କରିସାରିଲାଣି ସୁବର୍ଣ୍ଣରେଖା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସତର୍କ ସଙ୍କେତ ଅତିକ୍ରମ କରିସାରିଲାଣି ସୁବର୍ଣ୍ଣରେଖା

Key Points

ବଢୁଛି ସୁବର୍ଣ୍ଣରେଖା ଜଳସ୍ତର। ସତର୍କ ସଙ୍କେତ ଅତିକ୍ରମ କରିସାରିଲାଣି ସୁବର୍ଣ୍ଣରେଖା। ନଦୀରେ ଚଳିତ ବର୍ଷର ତୃତୀୟ ବନ୍ୟା ପାଣି ଆସିଛି।

ବଢୁଛି ସୁବର୍ଣ୍ଣରେଖା ଜଳସ୍ତର। ସତର୍କ ସଙ୍କେତ ଅତିକ୍ରମ କରିସାରିଲାଣି ସୁବର୍ଣ୍ଣରେଖା। ନଦୀରେ ଚଳିତ ବର୍ଷର ତୃତୀୟ ବନ୍ୟା ପାଣି ଆସିଛି। ରାଜଘାଟ ନିକଟରେ ବିପଦ ସଙ୍କେତ 10.36 ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି 9.45 ମିଟର । ସକାଳ 11 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 9.99 ମିଟରରେ ପ୍ରବାହିତ ହେଉଛି । ପୁଣି ସୁବର୍ଣ୍ଣରେଖାରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଆଶଙ୍କା ଦେଖା ଦେଇଛି । ବାଲିଆପାଳ ଏବଂ ଭୋଗରାଇ ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପ୍ରବେଶ କରିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ 3 ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।


ଗତ କିଛି ଦିନ ଧରି ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘର ଭିତରେ ପଶୁଛି ପାଣି, ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଲୋକେ ପାଣି ଭିତରେ ଜୀବନଯାପନ କରୁଛନ୍ତି। କେବଳ ସେତିକି ନୁହେଁ, କେତେକ ସ୍ଥାନରେ ମେଡିକାଲରେ ବି ପାଣି ପଶିଗଲାଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-subarnarekha-river-has-indeed-crossed-the-warning-level-at-rajghat-in-balasore | Argus News