ସରୁନି ଟମାଟୋ ଚାଷୀଙ୍କ ଦୁଃଖ, ପରିଶ୍ରମର ମିଳୁନି ଉଚିତ୍ ମୂଲ୍ୟ

ଜଗତସିଂହପୁର: ଶସ୍ତାରେ ମିଳୁଛି ଟମାଟୋ । କିଛି ଦିନ ତଳେ ଯାହା ୨ଶହରୁ ୨୫୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାର ଦର ଏବେ କମିଛି । ଏବେ କେଜି ପିଛା ୧ଟଙ୍କାରେ ବିକ୍ରି ହେଉଛି । ଏହି ସ୍ଥିତି ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏ ହେଉଛି ଜଗତସିଂପୁର ଜିଲ୍ଲା ପାରାଦୀପ ଅଞ୍ଚଳର ଚିତ୍ର। ଏଠାରୁ ଅମଳ ପରେ ରାଜ୍ୟରବିଭିନ୍ନ ସ୍ଥାନକୁ ଟମାଟୋ ଚାଲାଣ କରାଯାଇଥାଏ । ହେଲେ ଏବେ ଦର ହଠାତ୍ ଖସିଯିବାରୁ ଅଧିକରୁ ଅଧିକ ଟମାଟୋ ନଷ୍ଟ ହେବାରେ ଲାଗିଛି । ନା ଚାଷୀ ଅମଳ ଟମାଟୋକୁ ସୁରକ୍ଷିତ କରି ରଖିପାରୁଛି ନା ଉଚିତ୍ ଦରରେ ବିକି ପାରୁଛି । ଶୀତଳ ଭଣ୍ଡାରର ଅଭାବ ହେତୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ ।
ଚାଷ ଆରମ୍ଭ ସମୟରେ ଟମାଟୋ ଦର ଆକାଶ ଛୁଆଁ ଥିଲା। କିନ୍ତୁ ଏବେ ଅମଳ ସରିଲା ପରେ ସବୁ ଓଲଟପାଲଟ ହୋଇଯାଇଛି। ସରକାରୀ ସହାୟତା ନମଳିଲେ ଚାଷୀ କେମିତି ଋଣ ଶୁଝିବ ପରିବାର କେମିତି ଚଳିବ ଏହି କଥା ଭାବି ଭାବି ନିରାଶ ହୋଇପଡ଼ିଛି। ଅଭାବୀ ଚାଷୀ ମାନଙ୍କୁ ଯଦି ସରକାର କିଛି ସହାୟତା ଯୋଗାଇବା ସହ ଶୀତଳ ଭଣ୍ଡାର କରିବା ଦିଗରେ ଗୁରୁତ୍ବ ଦିଅନ୍ତେ ତେବେ ଚାଷୀ ଉପକୃତ ହୋଇପାରନ୍ତେ। ପୂର୍ବ ସରକାର ଖାଲି କୃଷକ ମାନଙ୍କୁ ସଶକ୍ତ କରିଥିଲେ କାଗଜ କଲମରେ । କିନ୍ତୁ ଵାସ୍ତଵରେ ଫଳ ଶୂନ।