Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ

Key Points

ସକାଳୁ ସକାଳୁ କଲବଲ କରୁଛି ତାତି ସାଙ୍ଗକୁ ଗୁଳୁଗୁଳି

8ଟା 30 ସୁଦ୍ଧା ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ ପାର୍

ଜନସାଧାରଣ ଅସ୍ତବ୍ୟସ୍ତ

ସକାଳୁ ସକାଳୁ କଲବଲ କରୁଛି ତାତି ସାଙ୍ଗକୁ ଗୁଳୁଗୁଳି । ଆଜି ସକାଳ 8ଟା 30 ସୁଦ୍ଧା ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ ପାର୍ ହୋଇଛି ପାରଦ । ବାଲେଶ୍ବରରେ ସର୍ବାଧିକ 34.8 ଡିଗ୍ରୀ ପାରଦ ରେକର୍ଡ ହୋଇଛି । ସେହିପରି ପୁରୀରେ 34.6, ଭୁବନେଶ୍ବରରେ 33.4, ଚାନ୍ଦବାଲିରେ 33.4, ପାରାଦୀପରେ 32.8 ଓ ଗୋପାଳପୁରରେ 32.2 ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ଆଦ୍ରତା 67.2% ରେକର୍ଡ ହୋଇଛି ।


ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓଡିଶା ଉପରେ ପୁଣି ଥରେ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରି ସେଲସିୟସ ପାଖାପାଖି ରେକର୍ଡ କରାଯାଇଛି। ପାରଦ ବୃଦ୍ଧି ପାଉଥିବାରୁ ବାସିନ୍ଦାମାନଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ, ଭିଡ଼ ସମୟରେ ସିଧାସଳଖ ସୂର୍ଯ୍ୟକିରଣକୁ ଏଡ଼ାଇବାକୁ ଏବଂ ଜଳୀୟ ଅଂଶୁଘାତରୁ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-summer-heat-has-returned | Argus News