Videos
|
Odisha

Swchhata Aviyan / କେଦ୍ରୀୟ ଉଦ୍ୟାନ ପରୀକ୍ଷଣ କେଦ୍ରର ସ୍ୱଚ୍ଛତା ଅଭିଯାନ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·1 min read
କେଦ୍ରୀୟ ଉଦ୍ୟାନ ପରୀକ୍ଷଣ କେଦ୍ରର ସ୍ୱଚ୍ଛତା ଅଭିଯାନ

Key Points

ଖଣ୍ଡଗିରି, ଉଦୟଗିରିରେ ଥିବା ପର୍ଯ୍ଯଟନ ସ୍ଥଳୀ ମଧ୍ୟ ସଫା କରିଥିଲେ ।

ସଫେଇ କର୍ମଚାରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସେମାନଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା ।

କେଦ୍ରୀୟ ଉଦ୍ୟାନ ପରୀକ୍ଷଣ କେଦ୍ର ଆଇଗିଣିଆ, ଭୁବନେଶ୍ଵର ଦ୍ବାରା ଗତ ୧୭ ତାରିଖରୁ ଆରମ୍ଭ ହୋଇ ଚଳିତ ମାସ ୨ରେ ସ୍ୱଚ୍ଚତା ହିଁ ସେବା ଅଭିଯାନ-2025 ପାଳନ ହୋଇଯାଇଛି । ଉଦଘାଟନ ସମାରୋହ ଦିନ ସ୍ୱଚ୍ଚତାର ଶପଥ ପାଠ ସହିତ "ଏକ ପେଡ୍‌ ମା କେ ନାମ" କାର୍ଯ୍ଯକ୍ରମ ଆୟୋଜନ କରାଯାଇ କର୍ମଚାରୀମାନେ ନିଜ କାର୍ଯ୍ଯାଳୟ ସହିତ ବିଭିନ୍ନ ସ୍କୁଲ ଏବଂ ଗାଁ ମାନଙ୍କରେ ସଫେଇ କାର୍ଯ୍ୟକ୍ରମ କରିବା ସହିତ ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ।

ଏହାଛଡ଼ା ସେମାନେ ଖଣ୍ଡଗିରି, ଉଦୟଗିରିରେ ଥିବା ପର୍ଯ୍ଯଟନ ସ୍ଥଳୀ ମଧ୍ୟ ସଫା କରିଥିଲେ । ସଫେଇ କର୍ମଚାରୀ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସେମାନଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା । ଗତକାଲି ଉଦଯାପନ ସମାରୋହ ଆୟୋଜନ କରାଯାଇଥିଲା । ସେଥିରେ ଭୁବନେଶ୍ଵର ମହାନଗର ନିଗମର ଦୁଇଜଣ ସଫେଇ କର୍ମଚାରୀଙ୍କୁ ଉତ୍ତରୀ ଏବଂ ପ୍ରୋତ୍ସାହନ ପୁରସ୍କାର ଦେଇ ପ୍ରୋତ୍ସାହିତ କରିଥିଲେ । ଉକ୍ତ କାର୍ଯ୍ଯକ୍ରମରେ ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ଶ୍ରୀସୋମ ଏବଂ ବିକ୍ରମ କେଶରୀ ମହାପାତ୍ର ପ୍ରମୁଖ ଯୋଗଦେଇ କିପରି ସମାଜକୁ ଏବଂ ପରିବେଶକୁ ସ୍ବଚ୍ଛ ରଖାଯାଇ ପାରିବ ଏବଂ ଏଥିରେ ଯୁବ ସମାଜର ଭୂମିକା ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ କେଦ୍ରର ମୁଖ୍ଯ ଡକ୍ଟର ଗୋବିନ୍ଦଚଦ୍ର ଆଚାର୍ଯ୍ୟ, ଅନ୍ନପୂର୍ଣ୍ଣା ବେହେରା, ସୁଚିତ୍ରା ବେହେରା ଏବଂ ମନୋଜ କୁମାର ପଟ୍ଟନାୟକ ଇତ୍ଯାଦି ଯୋଗଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Swchhata Aviyan | The Swachhata Hi Seva campaign has been completed. | Argus News