ଦୂର ହେବ ଶିକ୍ଷକଙ୍କ ଚିନ୍ତା,୫କୁ ଅପେକ୍ଷା!

ଅର୍ଗସ ବ୍ୟୁରୋ: ଦୂର ହେବ ଶିକ୍ଷକ ଆଶାୟୀଙ୍କ ଚିନ୍ତା ୫ରେ ମିଳିବ ଖୁସି ଖବର! ସେପ୍ଟେମ୍ବରରେ ୧୮ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଶିକ୍ଷା ଓ ଶିକ୍ଷକଙ୍କୁ ମୋହନ ସରକାରଙ୍କ ଗୁରୁତ୍ବ ()ପିଲାଏ ପଢିବେ ପାଠ,ଆଗକୁ ବଢିବ ରାଜ୍ୟ ଓ ଦେଶ। ଶିକ୍ଷା ଓ ଶିକ୍ଷକଙ୍କୁ ଗୁରୁତ୍ବ। ପୂରଣ ହେବ ଶିକ୍ଷକ ଆଶାୟୀ ବହୁଦିନର ଆଶା। ନିଯୁକ୍ତି ପାଇବେ ବହୁ ସଂଖ୍ୟାରେ ଶିକ୍ଷକ। ସେପ୍ଟେମ୍ବରରେ ମିଳିବ ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି। ଆଉ ପରେ ପରେ ଶିକ୍ଷକଙ୍କ ଲାଗି ନିଯୁକ୍ତିର ଭଣ୍ଡାର ଖୋଲିଦେବେ ରାଜ୍ୟ ସରକାର।
ଆକ୍ସନମୋଡରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ। ଗ୍ରାମଞ୍ଚଳ-ଉପାନ୍ତ ସ୍କୁଲରେ ଆଗେ ମିଳିବ ଶିକ୍ଷକଙ୍କୁ ନିଯୁକ୍ତି,ଜଣେ ଶିକ୍ଷକ ଥିବା ସ୍କୁଲକୁ ଦିଆଯିବ ପ୍ରାଥମିକତା। କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକିୟା ଶେଷ ହୋଇସାରିଥିବାବେଳେ,ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅବଜେକ୍ସନର ତାରିଖ ମଧ୍ୟ ଶେଷ ହୋଇଛି। ଅନ୍ୟପଟେ ଅଗଷ୍ଟ ୫ରେ ଜିଲ୍ଲା ପ୍ରଶାସନ ୱେବସାଇଟ୍ ଏବଂ ଓସେପା ୱେବସାଇଟ୍ ରେ ପ୍ରକାଶ ପାଇବ ଚୂଡାନ୍ତ ମେରିଟ୍ ଲିଷ୍ଟ!। ସେହିପରି ଅଗଷ୍ଟ୬ ତାରିଖରେ ସମସ୍ତ ଜିଲ୍ଲାରୁ ଓକାକ୍ କୁ ଚୂଡାନ୍ତ ତାଲିକା ପଠାଇବେ। ଜିଲ୍ଲା ସ୍ତରରେ ୧୨ରୁ ୧୬ ଯାଏ ନିଯୁକ୍ତି ପାଇଁ କରାଯିବ କାଉନସେଲିଂ, ଜିଲ୍ଲା ପ୍ରଶାସନ ପକ୍ଷରୁ ଓକାକ୍ କୁ ପଠାଯିବ ସ୍କୁଲ୍ ଆବଣ୍ଟନ ତାଲିକା ।
ସେପ୍ଟେମ୍ବର ସୁଦ୍ଧା ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପ୍ରକିୟା ସାରିବାକୁ ଯୋଜନା କରିଛନ୍ତି ରାଜ୍ୟସରକାର। ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକିୟା ଶେଷ ମାତ୍ରେ ତିନିରୁ ଚାରି ମାସ ମଧ୍ୟରେ ଖାଲି ଥିବା ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯୋଜନା କରିଛନ୍ତି ରାଜ୍ୟସରକାର। କେବଳ ଜୁନିୟର ଶିକ୍ଷକ ପଦବୀ ନୁହେଁ ହାଇସ୍କୁଲ୍ ଲାଗିମଧ୍ୟ ଖୁବ୍ ଶୀଘ୍ର ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବସରକାରର ଅସଜଡା ଥିବା ଶିକ୍ଷାର ଭିତ୍ତିଭୂମିକୁ ସଜାଡୁଛନ୍ତି ମୋହନ ସରକାର,ଶିକ୍ଷାକ୍ଷେତ୍ରରେ ହେଉଛି ପରିବର୍ତ୍ତନ। ଶିକ୍ଷକଙ୍କୁ ମିଳିବ ଉଚିତ ସମ୍ମାନ