Videos
|
Odisha

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି

Key Points

ପ୍ରାୟ ୧ ଲକ୍ଷ ୮୮ହଜାର ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି ।

ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ ।

ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । ଏହି ଉପଲକ୍ଷେ କୋରାପୁଟ ଜୟପୁରରେ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଏଥର କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପାନ୍ତ ଅଞ୍ଚଳରେ ଯାଇ ଏହି ସୁବିଧା ପହଞ୍ଚାଇବୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଶନିବାର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ପ୍ରଭାତୀ। ସୁଭଦ୍ରା ବାବଦରେ ଆହୁରି କହିଛନ୍ତି ପ୍ରଥମଥର ପାଇଁ ଅପହଞ୍ଚ ଇଲାକା ତଥା ବଣ୍ଡାଗ୍ରାମ କୋଟିଆରେ ସୁଭଦ୍ରାର ତୃତୀୟ କିସ୍ତି ଘରେ ଘରେ ପ୍ରଦାନ ପାଇଁ ପ୍ରୟାସ କରାଯିବ । ଏଥିପାଇଁ ସେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କଠାରୁ ଆର୍ଶୀବାଦ ନେଇଛନ୍ତି । ସୁଭଦ୍ରା ଯୋଜନା ମାଧ୍ୟମରେ ଓଡ଼ିଶାର ମହିଳା ମାନେ ଶକ୍ତିଶାଳୀ ଓ ସମୃଦ୍ଧ ହୁଅନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ପ୍ରାୟ ୧ ଲକ୍ଷ ୮୮ହଜାର ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି । ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ । କେଉଁ କାରଣରୁ ସେମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି, ତା’ର ସମୀକ୍ଷା କରାଯିବ । ସେଥିରୁ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା ।

ଯେଉଁ ହିତାଧିକାରୀ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The third installment of Subhadra will be released on Rakshi Purnima. | Argus News