ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତି
·1 year ago·1 min read

Key Points
ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ତୃତୀୟ କିସ୍ତି
ଦୁଇ ଦିନ ପରେ ଏନେଇ ହେବ ସମୀକ୍ଷା
ଯୋଜନାରୁ ବଞ୍ଚିତ ମହିଳାଙ୍କୁ ଯୋଡିବା ଦିଗରେ ହେବ କାର୍ଯ୍ୟ
ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ । ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଯେଉଁ ହିତାଧିକାରୀ ଭାବେ ପ୍ରଥମ ଦୁଇଟି କିସ୍ତିରେ ଟଙ୍କା ପାଇନାହାନ୍ତି, ସେମାନଙ୍କୁ ମଧ୍ୟ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।
ପ୍ରାୟ ୧ଲକ୍ଷ ୮୮ହଜାର ମହିଳା ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ପାଇନାହାନ୍ତି । ତୃତୀୟ କିସ୍ତି ଟଙ୍କା ପ୍ରଦାନ ପରେ ଏନେଇ ସମୀକ୍ଷା ହେବ । କେଉଁ କାରଣରୁ ସେମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି, ତା’ର ସମୀକ୍ଷା କରାଯିବ । ସେଥିରୁ ଯୋଗ୍ୟ ମହିଳାମାନଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: