Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା

Smruti Parija
Browse all articles by Smruti Parija
·1 year ago
ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା

ମୟୂରଭଞ୍ଜ: ଶିମିଳିପାଳରେ ଶିକାର କଲା ବାଘୁଣୀ ଜମୁନା। ମହାରାଷ୍ଟ୍ର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରଳ୍ପରୁ ଶିମିଳିପାଳକୁ ଆସିଥିବା ବାଘୁଣୀ  `ଜମୁନା' ଏବେ ଶିମିଳିପାଳ ପରିବେଶରେ ସହ ନିଜକୁ ସାମିଲ କରିଛି। ଶିମିଳିପାଳକୁ ଆସିବାର ୫ ଦିନ ପରେ ଗତକାଲି ପ୍ରଥମ କରି ଏକ ଜଙ୍ଗଲୀ ବାରହା ଶୀକାର କରିଥିଲା । 


ବନ ବିଭାଗର ଏକ ସ୍ବତନ୍ତ୍ର ଭ୍ୟାନରେ ଗତ ୨୭ ତାରିଖ ରାତିରେ ଶିମିଳିପାଳ ପହଞ୍ଚିବା ପରେ ୨୮ ତାରିଖ ଦିନ ସକାଳେ ଜମୁନାକୁ ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି । ସେଠାରେ ତାର ଖାଦ୍ୟ ପାଇଁ ହରିଣ, ବାରହା ଇତ୍ୟାଦି ଛଡାଯାଇଛି । ତେବେ ଏନକ୍ଲୋଜରରେ ୨ ଦିନ ରହିବା ପରେ ଶୀକାର କରି ନିଜର ଭୋକ ମେଣ୍ଟାଇଛି ଜମୁନା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The tiger Jamuna hunted in Shimilipal | Argus News