Videos
|
Odisha

ଉଜୁଡ଼ିଗଲା ବର୍ଷଟା ଯାକର ସାଧନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଉଜୁଡ଼ିଗଲା ବର୍ଷଟା ଯାକର ସାଧନ

ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ବର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ। ଜିଲ୍ଲାର ରେମୁଣା, ବାଲିଆପାଳ ଓ ବସ୍ତାର ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ପାଚିଲା ଧାନ କିଆରୀରେ ଲହରୀ ମାରୁଛି ଉଛୁଳା ପାଣି। ବର୍ଷଟା ଯାକର ସାଧନ ଉଜୁଡ଼ିଯାଇଥିବା ଚାଷୀ ଏବେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ। ଫସଲ ହୋଇଥିଲେ ବର୍ଷଟା ପାଇଁ ପରିବାର ପୋଷିଥାଆନ୍ତେ। କିନ୍ତୁ ଦାଉ ସାଜିଲା ବିଧାତା। ତାଣ୍ଡବ ରଚିଲା ବାତ୍ୟା। ଦାନା ଛଡ଼ାଇନେଲା ଦାନା। ବାତ୍ୟା ଦ୍ବାରା ଅନ୍ୟତମ ସର୍ବାଧିକ ପ୍ରଭାବିତ ଜିଲ୍ଲା ବାଲେଶ୍ବରର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି ପବନ ଓ ବର୍ଷା। ପାଚିଲା ଧାନ ବିଲରେ ଲହରୀ ମାରୁଛି ଉଛୁଳା ପାଣି। କିଛି ଉପାୟ ନାହିଁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। 

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ନୂଆ ଗାଁ, ମହାନ୍ତି ପଡ଼ା, ପତ୍ରିପାଳ, ବଡ଼ପାଳ,ବାଘମରା ଆଦି ଅଂଚଳରେ ଧାନ ଫସଲ ଉଜୁଡ଼ି ଯାଇଛି। ପରିବା ଚାଷୀଙ୍କ ମୁଣ୍ଡରେ ବି ପଡ଼ିଛି ଚଡ଼କ। ଫୁଲକୋବି, ବିନସ, ମଟର, ଟମାଟୋ, ବନ୍ଧାକୋବି ଲଗାଇଥିବା ପରିବା ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ବସ୍ତା ଓ ବାଲିଆପାଳ ଅଞ୍ଚଳର ହଜାର ହଜାର ଚାଷୀଙ୍କ ପାଇଁ ବି ଦୁର୍ଦ୍ଦଶା ଆଣିଛି ବାତ୍ୟା ଓ ବର୍ଷା। ଏହି ଦୁଇ ବ୍ଲକରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଠି 40 ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଥିଲା। ଫସଲ ବି ଖୁବ୍ ଭଲ ହୋଇଥିଲା। ଅମଳର ଦିନ କେଇଟା ପୂର୍ବରୁ ଫସଲ ଉଜୁଡ଼ିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। 

ପାଣିରେ ଭାସୁଛି ବର୍ଷଟା ଯାକର ଭରସା । ଏବେ ସରକାରଙ୍କ ଉପରେ ଅନେକ ଆଶା। ବିଜେପି ସରକାରଙ୍କଠାରୁ ମଧ୍ୟ ପ୍ରତିଶ୍ରୁତି ମିଳିଛି ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ମିଳିବ। ଯାହାକୁ ଚାହିଁ ରହିଛନ୍ତି ଚାଷୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The tools of the year are uprooted | Argus News