Videos
|
Odisha

ସକାଳର ୧୦ ମୁଖ୍ୟ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ସକାଳର ୧୦ ମୁଖ୍ୟ ଖବର ସଂକ୍ଷେପରେ...

୧- ଆଜି ବାରବାଟୀ ଲଢ଼େଇ... ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍...ଗତକାଲି ବାରବାଟୀରେ ପ୍ରାକ୍ଟିସ କରିଛି ଟିମ୍‌ ଇଣ୍ଡିଆ....ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ଼...
୨- ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ… ଡିଡି ମେଡ଼ିକାଲ୍‌ କଲେଜରେ ଇଣ୍ଡିଆନ ମେଡିକାଲ ଆସୋସିଏସନର ୭୫ତମ ବାର୍ଷିକ ସମ୍ମିଳନୀକୁ କରିବେ ଉଦଘାଟନ… ପରେ କଟକ ଆସି ବାରବାଟୀରେ ଦେଖିବେ ଭାରତ ଓ ଇଂଲଣ୍ଡ ମ୍ୟାଚ...
୩- ଜଗତସିଂହପୁର ଦୁର୍ଗା ବଜାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ। ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ବ୍ୟାଙ୍କ ବନ୍ଦ ଥିବା ସମୟରେ ଅଗ୍ନିକାଣ୍ଡ ଘଟିଛି
୪- ଦୋକାନରେ ନିଆଁ ଲାଗି ଜଳିଗଲେ ମହିଳା....ଆଜି ସକାଳ ସମୟରେ ପଟ୍ଟାମୁଣ୍ଡାଇ ବକ୍ତାରପୁର ଛକରେ ନିଜ ଘରେ ପେଟ୍ରୋଲ ବିକୁ ଥିବାବେଳେ ହଠାତ ନିଆଁ ଲାଗିଯାଇଥିଲା । ଦୋକାନ ଘର ଜଳି ଯିବା ସହ ନିଆଁ ରେ ପୋଡି ହୋଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି
୫- ଆନ୍ତଃରାଜ୍ୟ ବନ୍ୟଜନ୍ତୁ ସ୍ମଗଲର ଗିରଫ....ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରୁ ସ୍ମଗଲର ମୁନା ସାହୁକୁ ଗିରଫ କରିଛି ରାଉରକେଲା ବନବିଭାଗ.....୯୪ଟି ଶୁଆକୁ ନେଇ ଝାଡ଼ଖଣ୍ଡରେ ବିକିଥିଲା ମୁନା.....୭ ତାରିଖ ସନ୍ଧ୍ୟାରେ ରାଉରକେଲା ଏବଂ ରାଞ୍ଚି ବନବିଭାଗର ମିଳିତ ଭାବେ ଚଢ଼ାଉ କରି ମୁନା ସାହୁକୁ ବନ୍ଧମୁଣ୍ଡା ଅଞ୍ଚଳରୁ ଗିରଫ କରିଛି
୬- ଦିଲ୍ଲୀରେ ବମ୍ପର ବିଜୟ ପରେ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ...କହିଲେ ଏକ ଦଶକର ଆପଦା ମୁକ୍ତ ହୋଇଛି ଦେଶର ରାଜଧାନୀ...ଆଡ଼ମ୍ବର, ଅରାଜକତା ଓ ଅହଙ୍କାରର ହୋଇଛି ପରାଜୟ...ତୁଷ୍ଟୀକରଣ ନୁହେଁ ସନ୍ତୁଷ୍ଟୀକରଣ ପଲିସିକୁ ବାଛୁଛି ଦେଶ...NDA ଯେଉଁଠି, ସୁଶାସନ ସେଇଠି...କଂଗ୍ରେସ ଓ ଆପ୍ କରୁଛନ୍ତି ଅର୍ବାନ୍ ନକ୍ସଲଙ୍କ ରାଜନୀତି
୭- ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା......ଗୁଜରାଟର ବନାସକଣ୍ଟାରେ ଓଲଟିଲା ମାଟି ବୋଝେଇ ଟ୍ରକ......ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
୮- ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ...ଫ୍ରାନ୍ସରେ ଏଆଇ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପିଏମ ମୋଦି...ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କରିଥିଲେ ନିମନ୍ତ୍ରଣ...ଆସନ୍ତା 12 ତାରିଖ ସନ୍ଧ୍ୟା‌ରେରେ ଫ୍ରାନ୍ସରୁ ୱାସିଂଟନ୍ ଅଭିମୁଖେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ...
୯- ବର୍ଷିଆନ୍ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଦିଲ୍ଲୀ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର । କିଛି ଦିନ ହେଲା ଭେଟେରାନ୍‌ ଅଭିନେତା ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ । ଭୁବନେଶ୍ଵରର ଏକ ହସପିଟାଲରେ ଚିକିତ୍ସା ଜାରି ରହିଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନାନ୍ତରିତ କରାଯାଇଛି।
୧୦- ଆଜିଠୁ ରାତିରୁ ତାପମାତ୍ରା ପୁଣି ଉପରମୁହାଁ ହୋଇପାରେ.....କିଛି ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି....ଗତ ଦୁଇ ଦିନ ଧରି କିଛି ସ୍ଥାନରେ ରାତି ତାପମାତ୍ରା ଖସୁଥିଲା ..... ଶୁକ୍ରବାର ରାତିରେ ରାଉରକେଲାର ପାରଦ ୧୦ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା, କେନ୍ଦୁଝର, ଦାରିଙ୍ଗିବାଡ଼ି, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ବି ପାରଦ ତଳେ ରହିଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: