Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଷାକ୍ତ ନଦୀ ପାଣିରୁ ଡାଇରିଆ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଷାକ୍ତ ନଦୀ ପାଣିରୁ ଡାଇରିଆ

Key Points

ଜଳ ପାଲଟିଛି ଜହର

ବିପଦ ସାଜିଛି ମହାନଦୀର ବିଷାକ୍ତ ପାଣି

କଟକ ବାଙ୍କୀ ହରିରାଜପୁରରେ ଡାଇରିଆ ଆତଙ୍କ

ଦୂଷିତ ପାଣି ପିଇ 7 ଦିନରେ 70 ଝାଡ଼ାବାନ୍ତିରେ ଆକ୍ରାନ୍ତ

ଦୟା ପରେ ଏବେ ମହାନଦୀ । ନଦୀର ବିଷାକ୍ତ ପାଣି ପିଇ ଡାଇରିଆରେ ଆକ୍ରାନ୍ତ ଲୋକେ । କଟକ ବାଙ୍କୀ ଡମପଡ଼ା ବ୍ଲକ୍ ହରିରାଜପୁର ଗାଁରେ ଝାଡ଼ାବାନ୍ତିରେ ଆତଙ୍କ । ବସୁଧା ଯୋଜନାରେ ମହାନଦୀରୁ ପାଇପ ଯୋଗେ ପାଣି ଯୋଗା ଯାଉଥିବାବେଳେ ନଦୀ ପାଣି ଦୂଷିତ ପାଲଟିବାରୁ ସୃଷ୍ଟି ହୋଇଛି ବିପଦ। କିଛି ଲୋକଙ୍କର ଝାଡ଼ାବାନ୍ତି ହେବା ପରେ ପାଣି ନମୁନା ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଥିଲା। ରିପୋର୍ଟରେ ନଦୀ ପାଣି ବିଷାକ୍ତ ଥିବା ଜଣାପଡ଼ିବାରୁ ଜଳ ଯୋଗାଣ ବନ୍ଦ କରାଯାଇଛି, ତିନିଟି ନଳକୂପ ସିଲ୍ କରାଯାଇଛି । ଟ୍ୟାଙ୍କର ଯୋଗେ ଗାଁ ଲୋକଙ୍କୁ ପାଣି ଯୋଗାଯାଉଛି। ଡାକ୍ତରୀ ଟିମ୍ ପହଞ୍ଚି ଘର ଘର ବୁଲି ଗାଁରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ।

ସେପଟେ ହରିରାଜପୁରକୁ ଲାଗି କରି ଥିବା ବାଙ୍କୀ ଏନଏସି, ଚକପଦା ଆଦି ଗାଁକୁ ଝାଡ଼ାବାନ୍ତି ବ୍ୟାପିବା ସମ୍ଭାବନା ଥିବାରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ବି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।


ବିଶୁଦ୍ଧ ପାଣି ଯୋଗାଣ ନେଇ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ନଦୀରେ ମନଇଚ୍ଛା ଅଳିଆ ଆବର୍ଜନା ପକାଯାଉଥିବାରୁ ପାଣି ଦୂଷିତ ହେଉଥିବା ଅନୁମାନ କରାଯାଉଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The toxic water of the Mahanadi River poses a danger | Argus News