Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଥମିବାରେ ନାଁ ଧରୁନି ଯାତ୍ରା ବିବାଦ

Rashmita Mishra
Browse all articles by Rashmita Mishra
·1 year ago
ଥମିବାରେ ନାଁ ଧରୁନି ଯାତ୍ରା ବିବାଦ

ଗତକାଲି ନରମ ଆଜି ପୁଣି ରଣ ହୁଙ୍କାର । ପୁଣି ଫେରିଲା ଯାତ୍ରା ବିବାଦ। ବାପି ପଣ୍ଡାଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇଛନ୍ତି ରାଜଧାନୀ ଅପେରା ଓ ପାର୍ବତୀ ଗଣନାଟ୍ୟର ଯାତ୍ରା ପରିଚାଳକ ଜଗତ ଜୀବନ ପଣ୍ଡା । ଆଜିଠାରୁ ଆରମ୍ଭ ହେଲା ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ । ଗଣମାଧ୍ୟମକୁ ଆସିବି ନାହିଁ, କିନ୍ତୁ ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଚାଲିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜଗତ ଜୀବନ ପଣ୍ଡା ।

ମୁଁ ସ୍ଵର ନରମାଇଥିଲି କିନ୍ତୁ ବାପି ପଣ୍ଡା ନିଆଁ ଲଗାଇଲେ । ମୋ କ୍ୟାମ୍ପକୁ ଯାଇ ମୋ କର୍ମଚାରୀଙ୍କ ବିଷୟରେ ସୋସିଆଲ ମିଡିଆରେ ପକାଇଲେ । ଚାହିଁଥିଲେ ଏ ସଂକ୍ରାନ୍ତରେ ମୋତେ ପଚାରି ପାରିଥାଆନ୍ତେ । ତେଣୁ ପୁଣି ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହେଲା ବୋଲି କହିଛନ୍ତି ଜଗତ ଜୀବନ ପଣ୍ଡା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-travel-controversy-is-back-again | Argus News