Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିର୍ଡରରେ ମାଓ ଇଲାକାରେ ଉଡିଲା ଫର ଫର ତ୍ରିରଙ୍ଗା

Odisha

ନିର୍ଡରରେ ମାଓ ଇଲାକାରେ ଉଡିଲା ଫର ଫର ତ୍ରିରଙ୍ଗା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନିର୍ଡରରେ ମାଓ ଇଲାକାରେ ଉଡିଲା ଫର ଫର ତ୍ରିରଙ୍ଗା

ଅର୍ଗସ ବ୍ୟୁରୋ:  ହଟିଛି ଲାଲ୍ ଆତଙ୍କ । ଆଉ ନାହିଁ ଭୟ । ନିର୍ଡରରେ ମାଓ ଇଲାକାରେ ଉଡିଲା ଫର ଫର ତ୍ରିରଙ୍ଗା । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଧୁମଧାମର ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଇଏ ହେଉଛି ଦୁର୍ଗମ ଇଲାକା ବଣ୍ଡାଘାଟିର ଚିତ୍ର । ଦିନେ ଯେଉଁଠି ନକ୍ସଲଙ୍କ ଦବଦବା ଥିଲା, ଆଜି ସେଇଠି ବିନା ଭୟରେ ଲୋକେ ବଞ୍ଚୁଛନ୍ତି ଜୀବନ। ଗଣତନ୍ତ୍ରର ଏହି ମହାନ୍ ପର୍ବରେ ସାମିଲ୍ ହୋଇଥିଲେ କୁନି କୁନି ପିଲା । ହାତରେ ଝଣ୍ଡା ଧରି ଦେଶ ଭକ୍ତି ସଙ୍ଗୀତ ଗାନ କରି ଦେଶ ମାତୃକା ପ୍ରତି ନିଜ ଭଲପାଇବା ଦେଖାଇଛନ୍ତି ।

ସେହିପରି ନୂଆପଡ଼ାର ସୀମାନ୍ତ ମାଓ ଇଲାକାରେ 76ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ବୋଡେନ ବ୍ଲକ ଭଇସାଦାନୀରେ ମାଓ ଭୟ ହଟିଛି, ଶାନ୍ତି ଫେରିଛି । ଏଠାକାର ବିଭିନ୍ନ ଗାଁ ଏବଂ ସରକାରୀ ସ୍କୁଲ ମାନଙ୍କରେ ଆନନ୍ଦର ସହ ପାଳନ ହୋଇଛି ଜାନୁଆରୀ 26 । କୋରାପୁଟ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ବି ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ପୋଲିସ ପ୍ୟାରେଡ ପଡିଆରେ ଗଣତନ୍ତ୍ର ଦିବସ ମହାସମାରୋହରେ ସାମିଲ୍ ହୋଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।.ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ କୋଟପାଡ଼ ସହର, ନନ୍ଦପୁରରେ ନିଆରା ଢଙ୍ଗରେ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ବନ୍ଧୁଗାଁ ବ୍ଲକ କୁମ୍ଭାଗଡା ଗାଁରେ କୁନି କୁନି ପିଲା ମାନେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନରେ ଭାଗ ନେଇ ଜାତୀୟ ସଂଗୀତ ଗାନ କରିଥିଲେ ।


ଦିନ ଥିଲା ମାଓବାଦୀ ନିଜ ଦବଦବା ଜମାଇ ଲୋକଙ୍କୁ ଡରାଇ ଧମକାଇ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ । ବିଗତ 10 ବର୍ଷରେ କେନ୍ଦ୍ର ସରକାରଙ୍କ ବଡ଼ ଅପରେସନ୍ ଓ ଲୋକାଭିମୁଖୀ ଯୋଜନା ପାଇଁ କମିଛି ଲାଲବାହିନୀଙ୍କ ପତିଆରା। ଲାଲଗଡ଼ରେ ଫେରିଛି ଶାନ୍ତି, ଆଉ ଉଡୁଛି ନିର୍ଭୟର ତ୍ରୀରଙ୍ଗା ପତାକା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The tricolor fly in the Maoist area in fearless | Argus News