Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନିଆଁ ଲାଗିବା ପରେ ଖୋଲୁଛି ନୋ ଲିମିଟ୍‌ ଗୁମର !

Odisha

Fire Mishap / ନିଆଁ ଲାଗିବା ପରେ ଖୋଲୁଛି ନୋ ଲିମିଟ୍‌ ଗୁମର !

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
ନିଆଁ ଲାଗିବା ପରେ ଖୋଲୁଛି ନୋ ଲିମିଟ୍‌ ଗୁମର !
No Limit Bar

Key Points

ଗ୍ରାହକ ନିଶାରେ ଚୁର ହେଉଥିଲେ ସେମାନେ ଏଠି ରାତ୍ରି ଯାପନ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା !

ନୋ ଲିମିଟ୍‌ରେ ନଥିଲା ଲିମିଟ୍ । ଅନିୟମିତତାରେ ଆଉଟ ଅଫ୍ ଲିମିଟ୍ । ନିଆଁ ଲାଗିବା ପରେ ଖୋଲୁଛି ନୋ ଲିମିଟ୍‌ ଗୁମର । କିଛି ଦିନ ପୂର୍ବରୁ ଏହି ନୋ ଲିମିଟ୍ ରେଷ୍ଟୁରାଣ୍ଟରେ ହୋଇଥିଲା ବଡ଼ ରେଡ୍ । ଅବକାରୀ ବିଭାଗ କରିଥିଲା ଏହି ଚଢ଼ାଉ । ହେଲେ ଧରାପଡ଼ିନଥିଲା କୌଣସି ମଦ କି ନିଶା ଦ୍ରବ୍ୟ । କିନ୍ତୁ ଏବେ ନିଆଁ ଲାଗିବା ପରେ ସାମ୍ନାକୁ ଆସିଛି ମାଳ ମାଳ ବିୟର କେନ୍‌ । କିଛି ଅଧା ଜଳିଯାଇଛି ଆଉ କିଛି ସେମିତି ରହିଛି । ତେଣୁ ସନ୍ଦେହ ବଢ଼ିବାରେ ଲାଗିଛି । ଏଠି ଚାଲିଥିଲା କ'ଣ ?

ନୋ ଲିମିଟ୍‌ ପାଖରେ ନାହିଁ ମଦ ବିକ୍ରି କରିବାର ଲାଇସେନ୍ସ । କିନ୍ତୁ ଏତେ ମାତ୍ରାରେ ବିଅର କେନ୍‌ ଆସିଲା କେଉଁଠୁ ? କୁହାଯାଏ ଏଠି ବେଆଇନ ଭାବେ ଚାଲୁଥିଲା ମଦ କାରବାର । ନାଚଗୀତ ବି ଜମୁଥିଲା । ଖୋଲା ଆକାଶ ଆସର ଜମାଉଥିଲେ ଲୋକେ । ରେଷ୍ଟୁରାଣ୍ଟ ନାଁରେ ଚାଲଥିଲା ଓପନ ବିଅର ବାର୍ । ବିଳମ୍ବିତ ରାତି ଯାଏ ଚାଲୁଥିଲା ବାର । ଯେଉଁ ଗ୍ରାହକ ନିଶାରେ ଚୁର ହେଉଥିଲେ ସେମାନେ ଏଠି ରାତ୍ରି ଯାପନ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା ।

ତେଣୁ ଅବକାରୀ ଅଧିକ୍ଷକ କହିଛନ୍ତି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ବେଆଇନ ମଦ କାରବାର ନେଇ ସ୍ପଷ୍ଟ ହେବ । ଆଉ ତା'ପରେ ହେବ କାର୍ଯ୍ୟାନୁଷ୍ଠାନ । ତେବେ ହୁକ୍କା ବାର ଚାଲିଥିବା ନେଇ ଅବକାରୀ ଏସପିଙ୍କ ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ହୁକ୍କା ବାର ପାଇଁ ଓଡ଼ିଶା ଅବକାରୀ ବିଭାଗ ଅନୁମତି ପ୍ରଦାନ କରେ ନାହିଁ । ତଥାପି ଅଘଟଣ ପରେ ହେଉଥିବା ସମସ୍ତ ଅଭିଯୋଗ ଉପରେ ତଦନ୍ତ କରାଯିବ । ଆଉ ଅଭିଯୋଗ ସତ ପ୍ରମାଣିତ ହେଲେ, ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ପ୍ରତିଶ୍ରୁତି ଦେଇଛନ୍ତି ଅବକାରୀ ଏସପି ଦେବାଶିଷ ପଟେଲ।

ଭୁବନେଶ୍ବର ସତ୍ୟବିହାର ସ୍ଥିତ ଏହି ନୋ ଲିମିଟ୍‌ରେ ଆଜି ସକାଳୁ ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ହୁ ହୁ ହୋଇ ଜଳିଥିଲା ପୂରା ବାର୍ । ଦୀର୍ଘ ସମୟ ଚେଷ୍ଟା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଚାରି ମହଲା ଉପରେ ଚାଲିଥିବା ଏହି ହୁକା ବାର ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି । ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ବଡ଼କଥା ହେଉଛି ହୁକ୍କା ବାରରେ କୌଣସି ପ୍ରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା । ଏନେଇ ସ୍ପଷ୍ଟୀକରଣ ରଖିଛି ଅବକାରୀ ବିଭାଗ। ଖାଲି ସେତିକି ନୁହେଁ, ନୋ ଲିମିଟ ଏୟାର ରେଷ୍ଟୁରାଣ୍ଟରେ ନଥିଲା ବାର ଲାଇସେନ୍ସ । କିନ୍ତୁ ସେହି ସ୍ଥାନରେ ମଦ ବାର ସାଙ୍ଗକୁ ହୁକ୍କା ବାର ଚାଲିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ସେପଟେ ଶତ୍ରୁତା କାରଣରୁ ବାରରେ ନିଆଁ ଲଗାଇ ଦିଆଯାଇଥିବା ଆଶଙ୍କା କରାଯାଉଛି। କିଛିଦିନ ତଳେ ବାରକୁ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଚାରି ମହଲା ବିଶିଷ୍ଟ ବାରରେ କିପରି ଅଗ୍ନିକାଣ୍ଡ ଘଟିଲା ତାହାର ଛାନବିନ ଚାଲିଛି । ଅଗ୍ନିକାଣ୍ଡ ଯୋଗୁ ରସୁଲଗଡ଼ଠାରୁ ପଳାଶୁଣୀ ଯାଏ ରାସ୍ତା ଜାମ ହୋଇଯାଇଥିଲା।

ଗତ ଡିସେମ୍ବର ୬ରେ ଗୋଆର ଏକ ନାଇଟ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ଓଡ଼ିଶାରେ ମଧ୍ୟ ବାର ଓ ପବ୍‌ର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିଜେ ଏ ସମ୍ପର୍କରେ ଅଗ୍ନିଶମ ଡିଜି ସୂଚନା ଦେଇଥିଲେ । କିନ୍ତୁ ନିର୍ଦ୍ଦେଶ ପରେ ଆଜି ଏହି ଅଘଟଣ ଅଗ୍ନିଶମ ବିଭାଗ ପାଇଁ ଚ୍ୟଲେଞ୍ଜ ସୃଷ୍ଟି କରିଛି । ଗୋଆ ବିର୍ଚ୍ଚ ବାଇ ନାଇଟ କ୍ଲବରେ ଘଟିଥିବା ଅଘଟଣରେ ଯାଇଥିଲା ୨୫ଜଣଙ୍କ ଜୀବନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Fire Mishap | The truth behind 'No Limit' came to light after the fire Mishap | Argus News