Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉଗାଳିବ ସତ, ବାହାରକୁ ଆସିବ ପ୍ରକୃତ ତଥ୍ୟ

Rashmita Mishra
Browse all articles by Rashmita Mishra
·1 year ago·1 min read
ଉଗାଳିବ ସତ, ବାହାରକୁ ଆସିବ ପ୍ରକୃତ ତଥ୍ୟ

Key Points

  • ରାଜଧାନୀରେ ଲଭ ଜିହାଦ ମାମଲା 
  • ରିମାଣ୍ଡରେ ଆସିବ ଅଭିଯୁକ୍ତ ମହମ୍ମଦ ସମୀର ମନସୁର 
  • କମିସନରେଟ ପୋଲିସର ପ୍ରଶ୍ନରେ ଝାଳନାଳ ହେବ ସମୀର
  • ଉଗାଳିବ ସତ, ବାହାରକୁ ଆସିବ ପ୍ରକୃତ ତଥ୍ୟ

ଅର୍ଗସ ବ୍ୟୁରୋ: ରାଜଧାନୀରେ ଲଭ ଜିହାଦ ମାମଲାରେ ଅଭିଯୁକ୍ତ ସମୀର ମନସୁରକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କଲା ପୋଲିସ । ସମୀର କୁ ରିମାଣ୍ଡରେ ଆଣି ଝାଳବୁହା ଜେରା କରାଯିବ । କାଶ୍ମୀରରେ କାମ କରୁଥିବା ନେଇ ତଥ୍ୟ ମିଳିଛି । ବିହାର ଏବଂ କାଶ୍ମୀର ପୋଲିସକୁ ଏନେଇ ଯୋଗାଯୋଗ ମଧ୍ୟ କରିଛି ପୋଲିସ । ସମୀର ର ଡିଜିଟାଲ ଆକାଉଣ୍ଟ ଯାଞ୍ଚ କରାଯାଉଛି । ଆଉ କୌଣସି ରାଜ୍ୟରେ ଏଭଳି ସମାନ ଧରଣର ମହିଳାଙ୍କୁ ଠକେଇ କରିଛି କି ନାହିଁ ତାର ମଧ୍ୟ ତଦନ୍ତ କରୁଛି ପୋଲିସ ।

ଗତ ଶୁକ୍ରବାର ଦିନ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବ୍ଲାକମେଲିଂ ଅଭିଯୋଗରେ ମହମ୍ମଦ ସମୀର ମନସୁରଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ । ଫ୍ରି ଫାୟାର ଗେମ ଖେଳୁଖେଳୁ ଯୁବତୀଙ୍କ ସହ ସମ୍ପର୍କ ହୋଇଥିଲା । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଯୁବତୀଙ୍କ ବିଶ୍ୱାସ ଭାଜନ ହୋଇଥିଲା ସମୀର । ପରେ କାଶ୍ମୀରରୁ ଓଡିଶା ଆସିଥିଲା । ଯୁବତୀଙ୍କୁ ପୁରୀ ବୁଲେଇବାକୁ ନେଇ ହୋଟେଲରେ ରହିଥିଲା । ସମୀର ଯୁବତୀଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ଭିଡିଓ ସୁଟ କରିଥିଲା । ପରବର୍ତ୍ତୀ ସମୟରେ ସେହି ଭିଡ଼ିଓ ଓ ଫୋଟୋ ଯୁବତୀଙ୍କ ପରିବାର ଲୋକଙ୍କୁ ପଠାଇ ବ୍ଲାକମେଲ କରିବା ସହ ଟଙ୍କା ନେଇଥିଲା ।

 ସେପଟେ ଏ ମାମଲାକୁ ଗୁରୁତର ସହ ନେଇଛି କମିସନରେଟ ପୋଲିସ । ଅନଲାଇନ ସମ୍ପର୍କ ଠାରୁ ଦୁରେଇ ରହିବାକୁ ସଚେତନ କରିଛନ୍ତି ପୋଲିସ କମିସନର । ଜଦି କେହି ଏହି ଅଭିଯୁକ୍ତ ଦ୍ୱାରା ଠକେଇ ସହ ବ୍ଲାକମେଲିଙ୍ଗ ର ଶିକାର ହୋଇଥାନ୍ତି ତେବେ ଥାନାରେ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

  

Sponsored
The truth will come out, the truth will come out | Argus News