Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୦୨୫ ସୁଦ୍ଧା ଭାରତରେ ଟିବିକୁ ମୁଳୋତ୍ପାଟନ କରିବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୨୦୨୫ ସୁଦ୍ଧା ଭାରତରେ ଟିବିକୁ ମୁଳୋତ୍ପାଟନ କରିବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଅନୁଗୁଳରେ ସଭିଙ୍କର ରଖେ ଧ୍ୟାନ, ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ 'ନିକ୍ଷୟ ମିତ୍ର' କାର୍ଯ୍ୟକ୍ରମରେ ସାମିଲ୍ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଅବସରରେ ଟିବି ସଚେତନତା ରଥ ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,

- ସମାଜରେ 2025ରେ ଭାରତରେ ଟିବିକୁ ମୂଳୋତ୍ପାଟନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।
-ନିକ୍ଷୟ ମିତ୍ର କାର୍ଯକ୍ରମ ବ୍ୟକ୍ତିଗତ ଆନ୍ଦୋଳନ ହେବା ଦରକାର
-ଜନ ପ୍ରତିନିଧିମାନଙ୍କୁ ମଧ୍ୟ ନେତୃତ୍ବ ନେଇ ଟିବି ମୁକ୍ତ ପାଇଁ କାମ କରିବାକୁ ଆହ୍ଵାନ ଦେଲେ ଧର୍ମେନ୍ଦ୍ର
- ସମସ୍ତଙ୍କୁ ଟିବି ମୁକ୍ତ ଭାରତ ଅଭିଯାନରେ ଯୋଗଦାନ କରିବା ପାଇଁ କରାଇଲେ ଶପଥ ପାଠ
- ନିକ୍ଷୟ ମିତ୍ର ମାନଙ୍କୁ ଗାଁ ଗାଁ ବୁଲି ଯେଉଁ ଆଶା ଭଉଣୀ ମାନେ ଖୋଜି ବାହାର କରିଛନ୍ତି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ସମର୍ପିତ ।
-ଅନୁଗୁଳ ଜିଲ୍ଲାରେ 1380 ଟିବି ରୋଗୀ ଚିହ୍ନଟ ହୋଇଛନ୍ତି ।
-ଏମାନଙ୍କ ମଧ୍ୟରୁ 'ନିକ୍ଷୟ ମିତ୍ର'ରେ ଯୋଡିହୋଇ ଚିକିତ୍ସା ପ୍ରଣାଳୀରେ ପାଖାପାଖି 750 ରୋଗୀ ସଂଲଗ୍ନ ହେଲେଣି ।
-ଟିବି ଭଳି ମାରାତ୍ମକ ରୋଗକୁ ଡରିବାର କିଛି ନାହିଁ
-6 ମାସ ଚିକିତ୍ସାରେ ଠିକ୍ ହୋଇପାରିବେ

ନିକ୍ଷୟ ମିତ୍ର ସାଜିଥିବା ଓଡ଼ିଆ ଝିଅ ଗାର୍ଗୀଙ୍କୁ ମଞ୍ଚ ଉପରେ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାର ପ୍ରତି ରୋଗୀଙ୍କୁ 1 ହାଜର ଟଙ୍କା ଏବଂ ଔଷଧ ଦେଉଛନ୍ତି । ଏହାସହ ପରିବାର ର 4ଜଣଙ୍କୁ ହାମ୍ପର ଦେଉଛନ୍ତି ସରକାର । ଗରିବ ଲୋକଙ୍କୁ ସେବା କରିବା ପୁଣ୍ୟ କାମ । ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପୁଣ୍ୟ କାମ କରୁଥିବାରୁ ଧନ୍ୟବାଦ ଜଣାଇଲେ ମନ୍ତ୍ରୀ । 2036 ସୁଦ୍ଧା ଓଡ଼ିଶାକୁ ସ୍ୱୟଂ ସଂପୂର୍ଣ୍ଣ ସୁସ୍ଥ ରାଜ୍ୟରେ ପରିଣତ କରିବାକୁ ହେଲେ ସମସ୍ତଙ୍କୁ ଦାୟିତ୍ଵ ନେବାକୁ ପଡ଼ିବ । ଗାର୍ଗୀ ଭଳି ଝିଅ ଆମ ସମସ୍ତଙ୍କୁ ଉପାୟ କହିଛି । ସମସ୍ତଙ୍କୁ ଟିବି ମୁକ୍ତ ଭାରତ ପାଇଁ ଶପଥ ପାଠ କରାଇଲେ କେନ୍ଦ୍ର ମନ୍ତ୍ରୀ । ଯକ୍ଷ୍ମାର ଭୟକୁ ଦୂର କରିବା ପାଇଁ ଶପଥ କରାଇଲେ ଧର୍ମେନ୍ଦ୍ର ।

ଅନୁଗୋଳ ବଅଁରପାଳରେ ୨ କୋଟି ଟଙ୍କା ମୂଲ୍ୟର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ବଅଁରପାଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରକୁ ବ୍ୟାପକ କରାଇବାକୁ ଦେଲେ ଆହ୍ବାନ । 1 କୋଟି 25 ଲକ୍ଷ ବ୍ୟୟରେ ବଅଁରପାଳ ଛକର ସମନ୍ୱିତ ବିକାଶ, ୫୦ ଲକ୍ଷ ବ୍ୟୟରେ ଗୋତମରା ପୋଖରୀର ନବୀକରଣ, ୨୫ ଲକ୍ଷ ଟଙ୍କା ବ୍ୟୟରେ ପିଏସଏସଜେ ଜୁନିୟର କଲେଜରେ ଲ୍ୟାବ୍ ତିଆରି ସହ ଖେଳପଡ଼ିଆର ଉନ୍ନତି ହେବ । ଶୁଭାରମ୍ଭ ହୋଇଥିବା ପାଖାପାଖି ୨ କୋଟି ମୂଲ୍ୟର ପ୍ରକଳ୍ପ ଗୁଡ଼ିକ ବଅଁରପାଳକୁ ନୂଆ ପରିଚୟ ଦେବ । ଗୋତମରା ପୋଖରୀ ନିକଟରେ ବିଶିଷ୍ଟ ରାଜନୀତିଜ୍ଞ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରସ୍ତାବ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ପିଏସଏସଜେ କଲେଜରେ ଟାଟା ଷ୍ଟିଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ‘ଅରୁଣିମା- ୨୦୨୫’ ଯୋଗ ଦେଲେ । ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ସହ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗୀ ହେଉ ବୋଲି କହିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ବଅଁରପାଳ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସପ୍ତମ ବା ତଦୁର୍ଦ୍ଧ ଶ୍ରେଣୀରେ ପଢୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ “ଜ୍ୟୋତି ଛାତ୍ରବୃତ୍ତି” ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ବଅଁରପାଳ ବ୍ଲକ ତଳମୂଳ ସ୍ଥିତ ଦୁର୍ଗା ମାଧବ ମନ୍ଦିର ଓ ଶନିଶ୍ଚର ମନ୍ଦିରରେ ଦର୍ଶନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Education Minister joined the TB Free India campaign in Angul | Argus News