Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେମୁଣାରେ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ରେମୁଣାରେ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ

Key Points

•    ବିଜେଡିର ଅର୍ଥ ଓ ବାହୁବଳ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କଲେ ଅନୁରୋଧ 
•    ଅବାଧ ଓ ନିରପେକ୍ଷ ନିର୍ବାଚନକୁ ବିଜେଡିର ଉପହାସ 
•    ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ପଦ୍ଧତି ଅବଲମ୍ବନ କରିଛି
•    ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟନରେ ସରକାରୀ  ଅଧିକାରୀଙ୍କ ସମ୍ପୃକ୍ତି ଖବର ଅତ୍ୟନ୍ତ ନିନ୍ଦନୀୟ  
 

ଅର୍ଗସ ବ୍ୟୁରୋ: ବାଲେଶ୍ୱର ରେମୁଣାରେ ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନିଜକୁ ୧ ନମ୍ବର ଦାବି କରୁଥିବା ବେଳେ ନିର୍ବାଚନୀ ଫାଇଦା ପାଇଁ ଟଙ୍କା ବାଣ୍ଟିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଭୋଟ୍ ପାଇଁ ନୋଟ୍ ପଦ୍ଧତି ଅବଲମ୍ବନ କରିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (मोदी का परिवार) (@dpradhanbjp) May 31, 2024

ରେମୁଣା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଭବନରେ ଟଙ୍କା ବଣ୍ଟନରେ ସରକାରୀ  ଅଧିକାରୀଙ୍କ ସମ୍ପୃକ୍ତି ଖବର ଅତ୍ୟନ୍ତ ନିନ୍ଦନୀୟ । ନିଜକୁ ୧ ନମ୍ବର ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନୀ ଫାଇଦା ପାଇବା ପାଇଁ ଏଭଳି ଅଗଣତାନ୍ତ୍ରିକ ଓ ଅନୈତିକ ଉପାୟ ଅବଲମ୍ବନ କରିବାକୁ ପଡ଼ୁଛି । ବିଜେଡି ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଉପହାସ କରି ରଖିଛି । ବିଜେଡିର ଅର୍ଥ ଓ ବାହୁବଳର ବ୍ୟବହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଭାରତୀୟ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। 

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Sponsored
The Union Minister | Argus News