Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

Odisha

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଡାକ୍ତରଖାନାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଛନ୍ତି ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚାଲିଛି ପ୍ରସନ୍ନ ଆଚାର୍ଯ୍ୟଙ୍କ ଚିକିତ୍ସା। 

ସମ୍ବଲପୁରରୁ ଭୁବନେଶ୍ୱର କରାଗଲା ଏୟାରଲିଫ୍ଟ

ଗୁରୁବାର ବିଳମ୍ବିତ ରାତିରେ ପ୍ରସନ୍ନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ତାଙ୍କୁ ସମ୍ବଲପୁରରୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। 

ସୂଚନା ଥାଉ କି, ଶୁକ୍ରବାର ବିଳମ୍ବିତ ରାତିରେ  ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ। ରେଢାଖୋଲ ବେଲଡିହି ନିକଟରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର ମୁହାମୁହି ଧକ୍କା ହେବା ଫଳରେ ପ୍ରସନ୍ନ ଓ ତାଙ୍କ ପିଏସଓ ଗୁରୁତର  ହୋଇଛନ୍ତି । ଉଭୟଙ୍କୁ ରେଢାଖୋଲରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର ମୁହାଁମୁହିଁ ଧକ୍କା

ପ୍ରସନ୍ନ ଭୁବନେଶ୍ବରରୁ ବରଗଡ ଫେରିବା ସମୟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଟ୍ରକ ଡ୍ରାଇଭରକୁ ପୋଲିସ ଅଟକ ରଖିଛି । ତେବେ ପରେ ତାଙ୍କୁ ସମ୍ବଲପୁରର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡ, ଆଖି, ନାକରେ ଗୁରୁତର ଆଘାତ ଲାଗିଥିବା ବେଳେ ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି । 


 

Argus Whatsapp Channel Mobile Top
Sponsored
The Union Minister | Argus News