Videos
|
Odisha

ସମ୍ବଲପୁରରେ 9 ଦିନିଆ ପୁସ୍ତକମେଳାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·1 year ago
ସମ୍ବଲପୁରରେ 9 ଦିନିଆ ପୁସ୍ତକମେଳାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ । ସମ୍ବଲପୁରରେ 9 ଦିନିଆ ପୁସ୍ତକମେଳାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ସେତୁ ଓ ଜାତୀୟ ସ୍ତରର ନ୍ୟାସନାଲ ବୁକ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ମେଳା ଆୟୋଜନ କରାଯାଇଛି । ମେଳାରେ ୨୦୦ ଟି ଷ୍ଟଲ ରହିବ । ପ୍ରତି ଦିନ ଛୋଟ ଛୋଟ ପିଲାଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ରହିଛି । ପୁସ୍ତକମେଳା ଉଦଘାଟନ ପୂର୍ବରୁ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ।


ମଧ୍ୟାହ୍ନରେ ଅଇଁଠାପାଲି ଜାଲାନ ଟାଓ୍ବାର ଏକ୍ସପ୍ରେଏନ୍ସ ସେଣ୍ଟର ଉଦଘାଟନ ପରେ ଦିନ ଗୋଟାଏରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଅଁଇଠାପାଲି ପିଏଚଡି ପଡିଆରେ ପୁସ୍ତକ ମେଳାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Union Minister will inaugurate the 9-day book fair in Sambalpur | Argus News