Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଆରା ପରମ୍ପରା ପାଲିଙ୍କିରେ ଆସି ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

Ritu Das
Browse all articles by Ritu Das
·1 year ago·1 min read
ନିଆରା ପରମ୍ପରା ପାଲିଙ୍କିରେ ଆସି ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

Key Points

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁରେ ନିଆରା ରଥଯାତ୍ରା

ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଭଳି ଭିନ୍ନ ଢଙ୍ଗରେ ଏଠି ରଥଯାତ୍ରା ହୋଇଆସୁଛି

ପାଲିଙ୍କି ଉପରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିଥାନ୍ତି

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗାଁରେ ଭିନ୍ନ ଏକ ଢଙ୍ଗରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏଭଳି ଭିନ୍ନ ଢଙ୍ଗରେ ଏଠି ରଥଯାତ୍ରା ଚାଲିଆସୁଥିବା ବେଳେ ପରମ୍ପରା ଅନୁଯାୟୀ ତୁଳସୀପୁର ବ୍ରାହ୍ମଣ ଶାସନର ଗ୍ରାମବାସୀ ମାନେ ରଥ ନିର୍ମାଣ କରି ସାରିବା ପରେ ଗ୍ରାମର ଅନତି ଦୂରରେ ଥିବା ପ୍ରାଚୀ ନଦୀ କୂଳେ ଥିବା ବନ୍ଦେଶ୍ୱର ଗ୍ରାମରେ ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁରଙ୍କୁ ନବ ବସ୍ତ୍ର ପିନ୍ଧାଇ, ପୁଷ୍ପ, ଅଳଙ୍କାରରେ ଭୂଷିତ କରାଇ ତାଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଇ ପାଲିଙ୍କିରେ ବସାଇ ଗୋପାଳ ସେବକ ମାନେ ଚାରି ମିଲୋମିଟର ବାଟ ପହଣ୍ଡି କରି ଆଣିଥାଆନ୍ତି ।


ପହଣ୍ଡି ବେଳେ ରାସ୍ତାରେ ଭକ୍ତ ମାନଙ୍କ ଦୁଆରେ ଦୁଆରେ ଭୋଗ ଲାଗିଥାଏ। ଗାଁର କୋଠାଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କୁ ରଥାରୂଢ କରାଯାଇ ରଥ ଟଣା ହୋଇଥାଏ। ପରମ୍ପରା ଅନୁଯାୟୀ ରଥ ଟଣା ସମୟରେ ବାଟରେ ସ୍ଥାନୀୟ ଲୋକେ ମାନସିକ ରଖି ପାଲିଙ୍କି ଉପରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିଥାନ୍ତି। ଡାହୁକ ଗୀତ, ଘଣ୍ଟ ମୃଦଙ୍ଗ, ହରିବୋଲ ହୁଳହୁଳି ଶବ୍ଦରେ ରଥ ଗଡି ଶେଷରେ ଗାଁର ଆରାଧ୍ୟା ଦେବୀ ମା' କନକ ଦୂର୍ଗାଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ନଅ ଦିନ ରହଣି ପରେ ଗ୍ରାମବାସୀ ମାନେ ପୁଣି ପାଲିଙ୍କିରେ ବସାଇ ବାହୁଡା ଯାତ୍ରା କରିଥାନ୍ତି। କାହିଁ କେତେକାଳରୁ ବ୍ରାହ୍ମଣ ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ ନଅ ଦିନ ବ୍ୟାପୀ ସ୍ଥାନୀୟ ଅଞ୍ଚଳର ଗାଁ ଗଣ୍ଡା ଉତ୍ସବମୁଖର ହୋଇପଡେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-unique-tradition-of-the-chariot-in-palinki-is-the-chaturdhamurti | Argus News