|
logo
Live

Argus News - ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ , ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Odisha

ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ , ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ , ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଉତ୍କର୍ଷ ଓଡ଼ିଶା ସମାବେଶ ଆୟୋଜନ କରି ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଦୁଇ ଦିନ ଧରି ବଡ଼ ବଡ଼ ଶିଳ୍ପପତିଙ୍କ ଗହଣରେ ପ୍ରସ୍ତୁତ ହେବ ବିକଶିତ ଓଡିଶାର ରୋଡ଼ ମ୍ୟାପ । ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା ସମାବେଶକୁ ଉଦଘାଟନ କରିବେ। ଶିଳ୍ପ ସଚିବଙ୍କ ଅନୁସାରେ ଉତ୍କର୍ଷ ଓଡ଼ିଶା- ମେକ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗଦେବେ ଦେଶର ଶହେ ଫର୍ଚ୍ୟୁନ 500 କମ୍ପାନୀ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିପରି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମ୍ବର୍ଦ୍ଧିତ ହେବେ ରାଜ୍ୟର '60 under 40' MSME ଉଦ୍ୟୋଗୀ ।


୨୯ ତାରିଖ ଉଦଯାପନୀ ଉତ୍ସବରେ ପ୍ରତି ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ। ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି ୧୨ଟି ରାଷ୍ଟ୍ର 'କଣ୍ଟ୍ରି ଅଫ୍ ଫୋକସ' ରହିବାକୁ ନିମନ୍ତ୍ରଣ କରାଯାଇଛି । ଆଜି ପ୍ରାକ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅଂଶସ୍ବରୂପ ଆୟୋଜନ ହେବ CII ନ୍ୟାସନାଲ କାଉନସିଲର ପଞ୍ଚମ ଅଧିବେଶନ। ଯେଉଁଥିରେ ଯୋଗ ଦେବେ CII ନ୍ୟାସନାଲ କାଉନସିଲର ୨୦୦ ସଦସ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ , ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ | Argus News