ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଗାଡି

Key Points
ଦୁର୍ଗମରେ ଆଜିବି ଖଟିଆ ଭରସା
ପୁଣି ଜନନୀ ଯନ୍ତ୍ରଣା
ଗାଁ କୁ ରାସ୍ତା ନଥିବାରୁ ଯାଇପାରିଲାନି ଗାଡି
ଖଟିଆରେ ବୁହା ହେଲେ ଗର୍ଭବତୀ
ଆମ୍ବଗୁଡା ଗାଁର ଗୋମତୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗା ଯୋଗ କରିଥିଲେ ହେଲେ କାଦୁଅ ରାସ୍ତା ଯୋଗୁଁ ୨ କିଲୋମିଟର ଦୂରରେ ଅଟକି ରହିଲା ଗାଡି। ଏପଟେ ମହିଳା ଜଣଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଲା। କାଦୁଅ ପଚପଚ ରାସ୍ତାରେ ମହିଳାଙ୍କୁ ତାଙ୍କ ସମ୍ପର୍କିୀୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇଥିଲେ। ସେଠାରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଲା ପରେ ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।
କଳାହାଣ୍ଡି ଧର୍ମଗଡ ବ୍ଲକ ଧଅଁରପୁର ପଂଚାୟତର ଆମ୍ବଗୁଡାର ମାଳପଡ ଗାଁକୁ ଯିବାକୁ ଥିବା ରାସ୍ତା । ଗାଁ କୁ ରାସ୍ତା ନଥିବରୁ ଆବଡା ଖାବଡ ରାସ୍ତାଟି ହେଉଛି ମାଲପଡାକୁ ଯିବା ଆସିବାର ମାଧ୍ୟମ । ଏହି ରାସ୍ତାକୁ ଦେଖିଲେ ସହଯରେ ଅନୁମାନ କରି ହେଉଛି କେମିତି ଲୋକେ ଯିବା ଆସିବା କରୁଥିବେ। ବିକାଶର ଡିଙ୍ଗୁରା ପିଟୁଥିବା ସରକାରଙ୍କ ବିକାଶ କିଭଳି ଭାବେ ଚାଲିଛି ତାହା ଏଠାରୁ ସ୍ପଷ୍ଟ ଜଣାପଡୁଛି । ଏଭଳି ବିପଦ ସଂକୁଳ ରାସ୍ତାରେ ଯିବା ଆସିବା କଲାବେଳେ ଗ୍ରାମବାସୀଙ୍କୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେବାକୁ ପଡୁଛି। ମାତ୍ର ସବୁ ଜାଣି ପ୍ରଶାସନ ସାଜିଛି ନିରବଦ୍ରଷ୍ଟା।
ଖାଲି ଗୋମତୀ କାହିଁକି ରାସ୍ତା ସମସ୍ୟା ପାଇଁ ଏହି ଅଞ୍ଚଳରେ ରୋଗୀ ଓ ଗର୍ଭବାତୀଙ୍କୁ ବିଭିନ୍ନ ସମୟରେ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ଆଜିବି ଖଟିଆ କି ଦୋଳା ଭରସାରେ ରହିଛନ୍ତି ସ୍ଥାନୀୟବାସୀ।