Videos
|
Odisha

ଘାଟି ରାସ୍ତା ଚଢିପାରୁନି ବିକାଶର ଗାଡି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଘାଟି ରାସ୍ତା ଚଢିପାରୁନି ବିକାଶର ଗାଡି

ଉପାନ୍ତ ଅଞ୍ଚଳରେ ବାଟ ହୁଡିଛି ବିକାଶ। ଏହାର ପ୍ରମାଣ ହେଉଛି ଏହି ଚିତ୍ର। ଏଠି ବାଟ ହୁଡିବ କଣ ପାହାଡ ଚଢିପାରୁନି ଦୁଇ ଚକିଆ। ପାହାଡ ଘାଟି ରାସ୍ତାରେ ବିପଦପୁର୍ଣ୍ଣ ସଡକ ଯାତ୍ରା କରୁଛନ୍ତି ଅଞ୍ଚଳବାସୀ। ରାୟଗଡା କାଶୀପୁର ବ୍ଳକ ଗଡ଼ିବାଲି ପଂଚାୟତର। ପଞ୍ଚାୟତର ତଡିଗୁଡା,ପଡୁଲଗୁଡା ଏବଂ ଲେକାପାଇ ଗାଁ। ଯେଉଁଠି ଆଜିବି ଚଢି ପାରୁନି ବିକାଶ ଗାଡି। ଏହି ତିନି ଗାଁକୁ ଯିବାକୁ ହେଲେ ଖାଲଖମା ପଥରରେ ଭରା ରାସ୍ତା ଦେଇ ଯିବାକୁ ପଡିଥାଏ । ପରେ ଏହି ଘାଟି ଅତିକ୍ରମ କଲେ ପଡେ ୩ ପାହାଡି ଗାଁ। ରାସ୍ତା ଏମିତି ଗାଡ଼ି ଯିବା ତ ଦୂରର କଥା ପାଦରେ ଚାଲିକି ଯିବା ମଧ୍ୟ କଷ୍ଟକର । ସାଧାରଣ PDS ଚାଉଳ ହେଉ କିମ୍ବା ଭତ୍ତା ପଇସା ଆଣିବାକୁ ହେଲେ ଦୀର୍ଘ ୭ କମି ଚାଲିକି ଯିବାକୁ ପଡିଥାଏ । ଏହି ରାସ୍ତା ଉପରେ ନିର୍ଭର କରନ୍ତି ୩ ଗାଁର ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପରିବାର ।

ଆଜିବି ବିଜୁଳି ଆଲୁଅ କଣ ଦେଖି ନାହାନ୍ତି ୩ ଖଣ୍ଡ ଗାଁ ଲୋକ । ୭ବର୍ଷ ତଳେ ପୋଲ ପୋତାଯାଇଥିଲା। ମାତ୍ର ତାପରେ ଭୁଲିଗଲେ ତତ୍କାଳୀନ ସରକାର । ଆଜି ଯାଏଁ ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିଲା ନାହିଁ । ଗାଁରେ ପିଇବା ପାଣି ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡେ । ଦୀର୍ଘ ଦୁଇ କିମି ପଥୁରିଆ ଜଙ୍ଗଲୀ ରାସ୍ତାରେ ଚାଲିକି ଯିବାପରେ ପାହାଡ ଝୋରରୁ ପାଣି ସଂଗ୍ରହ କରନ୍ତି ଗାଁ ଲୋକ । କାରଣ ଏହା ଛଡା ଆଉ କୌଣସ ମାଧ୍ୟମ ନାହିଁ। ଏହି ପାଣି ପିଇ ଅନେକ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି ଗାଁ ଲୋକେ।


ଲାଇଫ ଲାଇନ ପାଲଟି ଥିବା ଏହି ରାସ୍ତା ସୁରକ୍ଷିତ ନଥିବାରୁ ଏକ ପ୍ରକାର ବନ୍ଦି ଜୀବନ ବିତାଉଛନ୍ତି ଦୁର୍ଗମର ଏହି ୩ ଅଭିଶପ୍ତ ଗାଁ। ଏଠି ମୌଳିକ ସୁବିଧା ଅପହଞ୍ଚ। ସରକାରୀ ସୁବିଧା ବିନା ନାହିଁ ନାହିଁର ଜୀବନ କାଟୁଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-vehicle-of-development-cannot-climb-the-steep-road | Argus News