Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

FM କଲେଜ ପ୍ରିନ୍ସପାଲ୍ ଓ ସମ୍ପୃକ୍ତ HODଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ବାପା

Ritu Das
Browse all articles by Ritu Das
·1 year ago·2 min read
FM କଲେଜ ପ୍ରିନ୍ସପାଲ୍ ଓ ସମ୍ପୃକ୍ତ HODଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପୀଡ଼ିତାଙ୍କ ବାପା

Key Points

ବାଲେଶ୍ୱର ଏଫଏମ୍‌ କଲେଜ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଆତ୍ମାହୂତି ଉଦ୍ୟମ

ଏଫଏମ୍‌ କଲେଜ ପ୍ରିନ୍ସିପାଲ ଓ ଏଚଓଡିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ବାପା

‘ମୋ’ ଝିଅକୁ ପ୍ରିନ୍ସିପାଲ ମାନସିକ ନିର୍ଯାତନା ଦେଇଛନ୍ତି

ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟ ବର୍ଷର ଛାତ୍ରୀ ଶନିବାର ଅଧ୍ୟକ୍ଷଙ୍କ ଅଫିସ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ କଲେଜ କର୍ତ୍ତୃପକ୍ଷ ଓ କର୍ମଚାରୀ ସେ ନିଆଁରେ ଜଳି ଯାଉଥିବା ଦେଖି ମଧ୍ୟ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନ ଥିଲେ। ସମସ୍ତେ ଚୁପ୍‌ଚାପ୍‌ ଠିଆ ହୋଇ ରହିଥିଲେ ବୋଲି ସେଠାରେ ଉପସ୍ଥିତ ଛାତ୍ରୀଛାତ୍ର କହିଛନ୍ତି। ଏଭଳି ପରିସ୍ଥିତିରେ କଲେଜ କର୍ମଚାରୀ ମାନବିକତା ଭୁଲିଗଲେ ବୋଲି ସାଧାରଣରେ ଆଲୋଚନା ହେଉଛି। ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ପରେ ଏଫଏମ୍‌ କଲେଜ ପ୍ରିନ୍ସିପାଲ ଓ ଏଚଓଡିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ବାପା। ସେ କହିଛନ୍ତି, ‘ମୋ’ ଝିଅକୁ ପ୍ରିନ୍ସିପାଲ ମାନସିକ ନିର୍ଯାତନା ଦେଇଛନ୍ତି। ପ୍ରିନ୍ସିପାଲ କହିଥିଲେ, ସବୁ ଭୁଲ୍‌ ଝିଅର, ଏଚ୍‌ଓଡିଙ୍କର କିଛି ଭୁଲ୍‌ ନାହିଁ।


ଅଭିଯୋଗ ଉଠାଇ ନେବାକୁ ଝିଅକୁ ବାଧ୍ୟ କରାଯାଇଥିଲା। ଏପରିକି କଲେଜରୁ ବହିଷ୍କାର କରିଦେବାକୁ ଧମକ ଦିଆଯାଇଥିଲା। ଏଚ୍‌ଓଡି ମଧ୍ୟ ଝିଅର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ବିରୋଧରେ ଗଲେ ୬ ବର୍ଷ ଯାଏ ବ୍ୟାକ ଲାଗିବ ବୋଲି କହିଥିଲେ। ସେଇଥିପାଇଁ ଝିଅ ଆତ୍ମାହୁତି ଉଦ୍ୟମ କଲା ବୋଲି ବାପା ଅଭିଯୋଗ କରିଛନ୍ତି। ସରକାର ଦୋଷୀଙ୍କୁ ଏଭଳି ଦଣ୍ଡ ଦିଅନ୍ତୁ, ଯେଭଳି ଘଟଣାର ପୁନରାବୃତ୍ତି ନ ହେବ ବୋଲି ତାଙ୍କ ବାପା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ମୋ ଝିଅର back ଲାଗିଛି। ଝିଅ ଭଲ ପଢୁଥିଲା ଯୁକ୍ତ ୨ରେ ୫୧୮ ମାର୍କ ରଖିଥିଲା। ଏହା ସହ ପ୍ରିନ୍ସିପାଲଙ୍କ ପାଖକୁ ଯାଇ ଅନୁରୋଧ ବି କରିଥିଲୁ। ୮ ଜଣଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲା କିନ୍ତୁ ଆମ ଝିଅକୁ ଅନୁମତି ମିଳି ନ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-victims-father-filed-a-complaint-against-the-fm-college-principal-and-the-concerned-hod-for-misconduct | Argus News