Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭିଡିଓ ବାର୍ତ୍ତାରୁ ସ୍ପଷ୍ଟ କିଟ୍ ପ୍ରତିଷ୍ଠାତାଙ୍କ ଦାୟିତ୍ୱହୀନ ଓ ଖାମଖିଆଲ ମନୋଭାବ

Odisha

ଭିଡିଓ ବାର୍ତ୍ତାରୁ ସ୍ପଷ୍ଟ କିଟ୍ ପ୍ରତିଷ୍ଠାତାଙ୍କ ଦାୟିତ୍ୱହୀନ ଓ ଖାମଖିଆଲ ମନୋଭାବ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭିଡିଓ ବାର୍ତ୍ତାରୁ ସ୍ପଷ୍ଟ କିଟ୍ ପ୍ରତିଷ୍ଠାତାଙ୍କ ଦାୟିତ୍ୱହୀନ ଓ ଖାମଖିଆଲ ମନୋଭାବ

Key Points

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ବଢୁଛି କିଟ୍ ଓ ଅଚ୍ୟୁତ ସାମନ୍ତଙ୍କ ଅଡୁଆ
ସାମ୍ନାକୁ ଆସୁଛି ନେପାଳୀ ଛାତ୍ରଛାତ୍ରୀଙ୍କୁ ଅଚ୍ୟୁତଙ୍କ ଉପହାସର ଗୋଟିଏ ପରେ ଗୋଟିଏ ପ୍ରମାଣ
ଭିଡିଓ ବାର୍ତ୍ତାରୁ ସ୍ପଷ୍ଟ କିଟ୍ ପ୍ରତିଷ୍ଠାତାଙ୍କ ଦାୟିତ୍ବହୀନ ଓ ଖାମଖିଆଲ ମନୋଭାବ
ତଦନ୍ତ କମିଟି ଆଗରେ ହାଜର ବେଳେ ବି ମୁହଁରେ ନ ଥିଲା ଅନୁଶୋଚନା, ଅବଶୋଷ କି ଅନୁତାପ
ମହିଳା କର୍ମଚାରୀଙ୍କ ଔଦ୍ଧତ୍ୟପୂର୍ଣ୍ଣ ବ୍ୟବହାର ପଛରେ ବି ଅଛି କି ଅଚ୍ୟୁତଙ୍କ ଶକ୍ତି ?

ଭୁବନେଶ୍ୱର:  ଯେଉଁ କିଟ୍ ବିଶ୍ବବିଦ୍ୟାଳୟର କେଳେଙ୍କାରୀ ପାଇଁ ସାରା ବିଶ୍ବରେ ନିନ୍ଦିତ ଓଡ଼ିଶା ଓ ଭାରତ। ଯେଉଁ ଅଚ୍ୟୁତ ସାମନ୍ତଙ୍କ ଦାୟିତ୍ବହୀନତା ଯୋଗୁଁ ଏବେ ପଡ଼ୋଶୀ ଦେଶ ନେପାଳ ସହ ଖରାପ ହୋଇଛି ଭାରତର କୂଟନୈତିକ ସମ୍ପର୍କ। ସେହି ଅଚ୍ୟୁତ ସାମନ୍ତ କେମିତି ମୃତ ନେପାଳୀ ଛାତ୍ରୀ ଏବଂ ତାଙ୍କ ଗୁଣ୍ଡା ବାହିନୀଙ୍କ ଦ୍ବାରା ନିର୍ଯାତିତ ନେପାଳୀ ଛାତ୍ରଛାତ୍ରୀଙ୍କୁ ବାରମ୍ବାର କରିଚାଲିଛନ୍ତି ଉପହାସ ଏ ଚିତ୍ର ସବୁ ହେଉଛି ତାର ପ୍ରମାଣ।


ଭୟଙ୍କର କାରନାମା କରିବାର ପ୍ରାୟ 5 ଦିନ ପର ଯାଏଁ ପୁରା ଚୁପ୍ ରହିଥିଲେ ଅଚ୍ୟୁତ ସାମନ୍ତ । ସରକାରଙ୍କ ତଦନ୍ତ କମିଟି ପକ୍ଷରୁ ହାଜର ପାଇଁ ନୋଟିସ୍ ହେବା ପରେ ଭିଡିଓ ବାର୍ତ୍ତା ଜାରି କଲେ । କିଛି ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପାଖରେ ବସାଇ ଅତ୍ୟୁତ ରଖିଲେ ଅତ୍ୟନ୍ତ ଖାମଖିଆଲ ଓ ଦାୟିତ୍ବହୀନ ବୟାନ । ତାଙ୍କ କହିବା ଶୈଳୀ ଓ ବକ୍ତବ୍ୟରେ ନ ଥିଲା କୌଣସି ଅନୁଶୋଚନା କି ଅନୁତାପର ଚିହ୍ନବର୍ଣ୍ଣ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁକ୍ରବାର ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ରାଜ୍ୟ ଅତିଥି ଭବନରେ ତଦନ୍ତ କମିଟିରେ ହାଜର ହେଲେ ଅଚ୍ୟୁତ ସାମନ୍ତ । ଗଣମାଧ୍ୟମ କ୍ୟାମେରାରେ କଏଦ ହେଲା ଅଚ୍ୟୁତଙ୍କ ମୁହଁର ଖାମଖିଆଲ ଭାବ । ଯେଉଁ ଘଟଣାକୁ ନେଇ ସାରା ଦେଶରେ ଝଡ଼ । ଗିରଫ ହୋଇସାରିଥିଲେ ନିଜ ସଂସ୍ଥାର 10 ଜଣ କର୍ମଚାରୀ। ସେହି ଘଟଣାକୁ ନେଇ ହାଜର ବେଳେ ଅଚ୍ୟୁତ ସାମନ୍ତ ନା ଗମ୍ଭୀର ଥିଲେ ନା ଦେଖାଯାଉଥିଲା କୌଣସି ଚିନ୍ତା।ଭାଇରାଲ୍ ଭିଡିଓ ଯାହାକୁ ନେଇ ବିଶ୍ବବ୍ୟାପୀ ସୃଷ୍ଟି ହୋଇଛି ସବୁଠାରୁ ଅଧିକ ପ୍ରତିକ୍ରିୟା। ହଷ୍ଟେଲ୍ ଦାୟିତ୍ବରେ ଥିବା କିଟର ଏ ଦୁଇ ମହିଳା କର୍ମଚାରୀ ନେପାଳୀ ଛାତ୍ରଛାତ୍ରୀଙ୍କସ ପ୍ରତି କଲେ ହୀନ ବ୍ୟବହାର। ନେପାଳକୁ ଲଜ୍ଜିତ ଓ ଅପମାନିତ କଲାଭଳି ବୟାନ ଦେଲେ। ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ି ଚାଲିଯିବାକୁ ଧମକ ଦେଲେ ।


ପ୍ରଶ୍ନ ହେଲା ମହିଳା କର୍ମଚାରୀଙ୍କ ଏତେ ଔଦ୍ଧତ୍ୟ ଆସିଲା କେଉଁଠୁ ? ଏମାନଙ୍କ ଔଦ୍ଧତ୍ୟପୂର୍ଣ୍ଣ ବ୍ୟବହାର ପଛରେ ଅଛି କି ଅଚ୍ୟୁତଙ୍କ ଶକ୍ତି ?ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଦିନ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିଲେ ନିଜେ ଅଚ୍ୟୁତ ସାମନ୍ତ। ଅନ୍ଧକାର ଭିତରେ ପିଲାଙ୍କୁ ଜୋସ୍ କମ୍ କରିବାକୁ ଉପଦେଶ ଦେଇଥିଲେ। ଅର୍ଥାତ୍ ଘଟଣା ଆରମ୍ଭରୁ ସବୁ ବିଷୟରେ ଜାଣିଥିଲେ ସାମନ୍ତ। ଆଉ ତା ସତ୍ବେ କ୍ୟାମ୍ପସରେ ଛାତ୍ରଙ୍କୁ ମାଡ଼ ମରାଗଲା, ଗୁଣ୍ଡା ଲଗାଇ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଗଲା, ସାଇନ୍ - ଏ – ଡାଏ କରି ନେପାଳୀ ଛାତ୍ରଛାତ୍ରୀଙ୍କୁ ଜବରଦସ୍ତ ବସରେ ବସାଇ ରେଳ ଷ୍ଟେସନରେ ଛାଡ଼ି ଦିଆଗଲା। ଏବେ ପୁରା ଘଟଣାରେ ଅଚ୍ୟୁତଙ୍କ ବିବାଦୀୟ ଭୂମିକାର ପର୍ଦ୍ଦାଫାସ୍ ହୋଇଥିବାବେଳେ ତାଙ୍କୁ ଗିରଫ କରିବାକୁ ଜୋର ଧରିଛି ଦାବି ।

Sponsored
The video message clearly shows the irresponsible and careless attitude of the kiit founder | Argus News