Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଡିବିରି ଆଲୁଅରେ ଚାଲିଛି ଜୀବନ

Manini Pattanayak
Browse all articles by Manini Pattanayak
·2 years ago·2 min read
 ଡିବିରି ଆଲୁଅରେ ଚାଲିଛି ଜୀବନ

 ଅନୁଗୁଳ: ରାଜ୍ୟକୁ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲାର ଗାଁ  ୧୫ ବର୍ଷ ହେଲାଣି ଅନ୍ଧାରରେ।  ରାତି ହେଲେ ଜଙ୍ଗଲି ଯନ୍ତୁ ଆସି ପଶନ୍ତି ଘରେ।  ଡିବିରି ଆଲୁଅ ଏବଂ ଲଣ୍ଠନରେ ଚାଲିଛି ଜୀବନ। ଏଭଳି ଗାଁ ହେଉଛି ରାଜ୍ୟର ଶିଳ୍ପ ରାଜଧାନୀ କୁହାଯାଉଥିବା ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତ ବାଘୁଆପାଟ ଗାଁର..     ନୂଆଁଣିଆ ଘର ଆଉ ଘର ଭିତରେ କିଟିକିଟି ଅନ୍ଧାର।  ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ପରାଧୀନ ଭଳି ଜୀବନ ଜାପନ କରୁଛନ୍ତି ଗାଁ ର ୩୦ରୁ ଅଧିକ ପରିବାର।   ଗାଁରେ ବିଦ୍ୟୁତ ସଂଯୋଗ ନଥିବାରୁ ଏବେବି ସଞ୍ଜ ନଇଁବା କ୍ଷଣି ଗାଁରେ ଜଳେ ଡିବିରି ଆଉ ଲଣ୍ଠନ ।  ଗାଁ ରେ ଅନେକଙ୍କ ଘରେ ତାର ସଂଯୋଗ ସହିତ ମିଟର ମଧ୍ୟ ବସିଛି । ଗାଁ ମୁଣ୍ଡରେ ଟ୍ରାନ୍ସଫର୍ମର ମଧ୍ୟ ବସିଛି ହେଲେ ସେଥିରେ ବୁଦ୍ୟୁତ ସଂଯୋଗ ହୋଇ ନାହିଁ ।  ଫଳରେ ଅନ୍ଧାର ହେଲେ ଲୋକେ ଡିବିରି ଆଲୁଅକୁ ଭରସା କରୁଥିବା ବେଳେ ପିଲାଙ୍କ ପାଠପଢାକୁ ମଧ୍ୟ ଏହି ଡିବିରି ଆଲୁଅ ଭରସା।   । ଜଙ୍ଗଲ ଭିତରେ ଥିବା ଏହିଗାଁକୁ ସବୁବେଳେ ଜଙ୍ଗଲୀ ଜନ୍ତୁଙ୍କ ଭୟ । ଏହି ଭୟ ଅନ୍ଧାରକୁ ଆହୁରି ଦୁଇଗୁଣା କରୁଛି। 

ତେବେ ଏଠାକୁ ପୂର୍ବରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା।  'ସୌଭାଗ୍ୟ' ଯୋଜନାରେ ଗାଁରେ ବିଦ୍ୟୁତ୍ ଖୁଣ୍ଟ ପୋତି ବିଦ୍ୟୁତ୍ ଯୋଗାଣ ହୋଇଥିଲା । କିନ୍ତୁ ଖୋଲା ତାରରେ ବନ୍ୟଜନ୍ତୁଙ୍କ ଶିକାର ଆଶଙ୍କା କରି ଏଥି୍ରେ ପ୍ରତିବନ୍ଧକ ଲଗାଇଥିଲା ବନବିଭାଗ। ଫଳରେ ବିଦ୍ୟୁତ୍ ବିଭାଗ ସଂଯୋଗ କାଟି ଦେଇଥିବା ଜଣାପଡ଼ିଛି। ସେପଟେ ସ୍ଥାନୀୟ ବିଧାୟକ ଗାଁ କୁ ଯାଇ ଦୁଇ ମାସ ମଧ୍ୟରେ ବିଜୁଳି ଆସିଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ ଏବେ ତାହା ପ୍ରତାରଣା ରେ ପରିଣତ ହୋଇଛି ।   ଏପଟେ ଗାଁ ଲୋକ  ଅଭିଯୋଗ କରିଛନ୍ତି  ବନବିଭାଗର କ୍ଲିଅରାନ୍ସ ନଥିବାରୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ  ।   ବିଜୁଳି ଆଲୁଅ ପାଇଁ ବାରମ୍ବାର ଅନୁରୋଧ କରିବା ପରେ ବି କେହି ଶୁଣୁ ନଥି ବା ଗାଁ ଲୋକେ କହିଛନ୍ତି।   ରାଜ୍ୟକୁ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲାର ଗାଁ ଏବେବି ଅନ୍ଧାରରେ ଥିବା କହିଦେଉଛି ରାଜ୍ୟ କେତେ ବିକାଶ ଦିଗରେ ଆଗକୁ ଯାଉଛି । ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁଁ ଆଜି ଏହି ଗୋଟିଏ ଗାଁ ନୁହେଁ ଅନେକ ଗାଁ ଏବେବି ଅନ୍ଧାରରେ ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored