Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିପଦରେ ଗାଁ, ଅରଖକୁଦା ସଂଘର୍ଷ ଶେଷ କେବେ?

Sangram Tripathy
Browse all articles by Sangram Tripathy
·1 year ago·1 min read
ବିପଦରେ ଗାଁ, ଅରଖକୁଦା ସଂଘର୍ଷ ଶେଷ କେବେ?

ଅର୍ଗସ ବ୍ୟୁରୋ:ଯେଉଁଆଡେ ଚାହିଁଲେ ପାଣି ହିଁ ପାଣି । ପୁରା ଗାଁରେ ଜଳ ପ୍ରଳୟ । ବନ୍ୟାର ଭ୍ରମ ସୃଷ୍ଟି କରୁଥିବା ଦୃଶ୍ୟ ଆଜି କାଲିର ନୁହେଁ, ଇଏ ବର୍ଷ ବର୍ଷର ସମସ୍ୟା । ଦୁର୍ଦ୍ଦଶା ଭୋଗୁଛନ୍ତି ୫୦ପରିବାର । ପ୍ରତି ମାସରେ ଦୁଇ ଥର ଗାଁ ଭିତରକୁ  ମାଡ଼ି ଆସୁଛି ସମୁଦ୍ର ଆଉ ଚିଲିକା । ଆଉ ଆଖି ପିଛୁଳାକେ ପାଣିରେ ବୁଡି ଯାଉଛି ଗାଁ । ଦୀର୍ଘ ଦିନ ଧରି ଏମିତି ଜଳବନ୍ଦୀ ଜୀବନ ବିତାଇବାକୁ ପଡୁଛି । ଇଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁର । ଗାଁ ଦାଣ୍ଡ ହେଉ କି ଘର ଭିତର ଓ ବାହାର ସବୁଠି ଉଚ୍ଛୁଳା ପାଣିର ସୁଅ । ଫନି ବାତ୍ୟାରେ ସମୁଦ୍ରରେ ଚିଲିକାକୁ ଖୋଲିଛି ଅନେକ ନୂଆ ମୁହାଣ । ଯେଉଁ ମୁହାଣ ଦାରା ଚିଲିକା ଭିତରକୁ ପଶି ଆସୁଛି ସମୁଦ୍ର ପାଣି । ଆଉ ଚିଲିକା କୂଳରେ ଥିବା ଅରଖକୁଦା ଗାଁକୁ ବୁଡାଇ ଦେଉଛି । ଘେରିବନ୍ଧ ଦୁର୍ବଳ ସହ ମୁକୁଳା ଥିବାରୁ ଏଭଳି ସମସ୍ୟା ଉପୁଜୁଛି । ସେଥିପାଇଁ ଘେରିବନ୍ଧ ମରାମତି ସହ କର୍ଲଭଟ୍ ନିର୍ମାଣ ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଥକିଗଲେଣି ।  ପ୍ରତି ମୂହୂର୍ତ୍ତରେ ଭୟରେ ଜୀବନ କାଟୁଛନ୍ତି ଅରଖକୁଦାବାସୀ । ଦୀର୍ଘ ବର୍ଷ ହେଲା ବିଜେଡି ସରକାର ଅମଳରୁ ଗୁହାରି କରି ଆସୁଛନ୍ତି । ହେଲେ କୌଣସି ସମାଧାନ ହେଲାନି । ବିଜେପି ସରକାର ଶୁଣିବ ଦୁଃଖ ବୋଲି ଆଶାବାନ୍ଧି ବସିଛନ୍ତି ଅଞ୍ଚଳବାସୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The village is in danger, the life is in danger, when is the end of the struggle? | Argus News