Videos
|
Odisha

ଗାଁ ଜଳବନ୍ଦୀ, କିନ୍ତୁ ପିଇବାକୁ ମିଳୁନି ପାଣି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଗାଁ ଜଳବନ୍ଦୀ, କିନ୍ତୁ ପିଇବାକୁ ମିଳୁନି ପାଣି

Key Points

ନିଜ ଗାଁରେ ନିଜେ ବନ୍ଦୀ
ଜଳବନ୍ଦୀ ଜୀବନକୁ କରିଛି ଦୁର୍ବିସହ
ଗାଁ ଜଳବନ୍ଦୀ, କିନ୍ତୁ ପିଇବାକୁ ମିଳୁନି ପାଣି

ବର୍ଷାଦିନେ କେନ୍ଦ୍ରାପଡ଼ା ରାଜନଗର ବ୍ଳକ ରଙ୍ଗଣୀ ପଂଚାୟତର ଅଧିବାସୀ ମାନେ ଏକ ଦୁର୍ବିସହ ଜୀବନ ବଂଚୁଛନ୍ତି l କରାଣ ବର୍ଷା ପରେ ନିଜ ଗାଁରେ ନିଜେ ବନ୍ଦୀ ହୋଇ ରହିଛନ୍ତି ଗ୍ରାମବାସୀ l ରଙ୍ଗଣୀ ପଂଚାୟତର ଭେକଟା ଓ ପଟାପାରିଆ ଓ ନୂଆପଡା ଗାଁ ର ଲୋକମାନଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ ହେବନି l ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ଆଜି ମଧ୍ୟ ନାହିଁ ଗାଁ କୁ ପକ୍କା ରାସ୍ତା ଟିଏ l ଜଙ୍ଗଲ କଡରେ ଥିବା ମାଟି ବନ୍ଧ ସାଜିଛି ଗମନାଗମନ ର ମାଧ୍ୟମ l ରାସ୍ତାରେ ଗାଡି ଘୋଡା ତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କାଠିକର ପାଠ l ବର୍ଷା ଦିନ କଥା ନକହିବା ଭଲ l ବର୍ଷା ଦିନେ ସମ୍ପୂର୍ଣ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ l

ଭେକଟା ଗାଁ। ଦୀର୍ଘ 3 ପିଢ଼ି ଧରି ଏଠାରେ 2 ହଜାର ରୁ ଊର୍ଧ୍ୱ ଲୋକ ବସବାସ କରୁଥିଲେ ମଧ୍ୟ ଭେକଟାବାସୀଙ୍କୁ ଜମି ପଟ୍ଟା ମିଳିପାରୁ ନାହିଁ। ଫଳରେ ଗ୍ରାମବାସୀ ବହୁ ସରକାରୀ ସୁବିଧା ପାଇବାରୁ ବଞ୍ଚିତ l ଏମିତିକି ଜମି ପଟ୍ଟା ନଥିବାରୁ ରାସନ ପାଇବାରୁ ବଞ୍ଚିତ ଅଞ୍ଚଳବାସୀ।

ଗାଁକୁ ରାସ୍ତା ନଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ଏ ସମସ୍ୟା ଏବର ନୁହେଁ ପ୍ରତିବର୍ଷ ବର୍ଷା ଦିନେ ଏଭଳି ସମସ୍ୟା ଦେଖା ଦେଉଥିବା ବେଳେ ଏଯାଏଁ ଏହାର ସମାଧାନ ହୋଇ ପାରିନି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The village is waterlogged, but there is no drinking water available-Argus News | Argus News