Videos
|
Odisha

ଦୁଃଖ ଦେଉଛି ଗାଁ ରାସ୍ତା....

Sangram Tripathy
Browse all articles by Sangram Tripathy
·2 years ago·1 min read
ଦୁଃଖ ଦେଉଛି ଗାଁ ରାସ୍ତା....

ଅଗର୍ସ ବ୍ୟୁରୋ:ବାପାଙ୍କ ପରେ ପୁଅ ଆସିଲାଣି, ଦଶନ୍ଧି ପରେ ଦଶନ୍ଧି ବିତିଗଲାଣି। ପୁର୍ବ ବିଜେଡି ସରକାରରେ ମିଛ ପ୍ରତିଶ୍ରୁତିକୁ ବିତିଲାଣି ୨୪ ବର୍ଷ। ଏ ଯାଏ ହୋଇପାରିଲାନି ଗାଁକୁ ଭଲରାସ୍ତା ଖଣ୍ଡେ। ପୂର୍ବତନ ମନ୍ତ୍ରୀ ତଥା ୩ଥରର ବିଧାୟକ ପ୍ରଫ୍ଲୁଲ୍ ସାମଲ ଭଣ୍ଡାରିପୋଖରୀରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ନେତାମାନଙ୍କର ନଜର ପଡିନି ଏହି ଗାଁ ରାସ୍ତାପ୍ରତି। 
ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକର ରହଣିଆ ପଞ୍ଚାୟତ ବୋଧପଡା ଗାଁର ଦୁଇ କିଲୋମିଟର ରାସ୍ତା,ଏବେ ଗାଁଲୋକଙ୍କୁ ଦୁଃଖ ଦେଉଛି,ଯାତାୟତ ପାଇଁ ଏହାରି ଉପରେ ୫ଶହରୁ ଉର୍ଦ୍ଧ ପରିବାର ନିର୍ଭର କରନ୍ତି। ଅସରାଏ ବର୍ଷା ହେଲେ ରାସ୍ତାରେ ଯିବା ମୁସ୍କିଲ୍ । 

 

ଏବେ ଗାଁ ନଈ ବଢିଲେ ଛାତି ଥରୁଛି,ଭଙ୍ଗାପୋଲ୍ ଯେ କେତେବେଳେ ଭାଙ୍ଗି ଭାସିଯିବ ସେ କଥା ବା କାହାକୁ ଜଣା।ରୋଗୀଟିଏ ମେଡିକାଲ ଯିବାକୁ ହେଲେ ଆମ୍ବୁଲାନସ୍ ଆସିବା ମୁସ୍କିଲ,ଗାଁରେ ନିଆଁ ଲାଗିଲେ ଦମକଳ ପହଞ୍ଜିବା କଷ୍ଟ।ଖାଲି ସେତିକି ନୁହେଁ ବର୍ଷ ପରେ ବର୍ଷ ବିତୁଛି ଗୁହାରୀ କରିଚାଲିଛନ୍ତି ଗ୍ରାମବୀସୀ, ଶୁଣିବ ବା କିଏ?ଲୋକେ କୁହାକୁହି ହେଉଛନ୍ତି କପାଳରେ ବୋଧ ହୁଏ ଦୁଃଖ ଲେଖାହୋଇଛି,ଦୁଃଖ ଦେଉଛି ଗାଁ ରାସ୍ତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

୨୪ ବର୍ଷର ବିଜେଡି ସରକାର ହଟିଥିବାବେଳେ ଏବେ ରାଜ୍ୟରେ ଶାସନ କରୁଛି ବିଜେପି ସରକାର,ପୁରୁଣା ସରକାର ଦୁଃଖ ନଶୁଣିଲେ ନାହିଁ,ନୂଆ ସରକାର ଦୁଃଖ ଶୁଣିବେ, ଗାଁକୁ ଭଲ ରାସ୍ତା ଖଣ୍ଡେ କରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ 
 

The village road is sad | Argus News