Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ମଦ ପାଇଁ ନିରବି ଗଲା ଗାଁ 

Manini Pattanayak
Browse all articles by Manini Pattanayak
·1 year ago·2 min read
 ମଦ ପାଇଁ ନିରବି ଗଲା ଗାଁ 

ବ୍ରହ୍ମପୁର:  ଖାଲି ଏ ବୁଢ଼ୀ ମା ନୁହନ୍ତି ବୁଢ଼ୀ ମାଆ ଭଳି ପୁରା ଗାଁରେ ମଧ୍ୟ ଏମିତି ଶୋକାକୁଳ ପରିବେଶ। ମଦ ପିଇ ଦୁଇଜଣଙ୍କ ମୃତ୍ୟୁ ପରଠୁ ନରବି  ଯାଇଛି ଗଞ୍ଜାମ ଚିକଟି ପେଣ୍ଠର ଜେନାପୁର ଗାଁ। କିଭଳି ବେଧଢକ ଭାବେ ବିଷାକ୍ତ ମଦ ପିଉଥିଲେ ଏବଂ ତାର ପରିଣାମ କେତେ ଯେ ଭୟଙ୍କର  ତାହା  ଦୃଶ୍ୟରୁ  ସ୍ପଷ୍ଟ ହେଉଛି।  ଜେନାପୂର ଏବଂ କରଗାଲୁଆ ଗାଁ ରୁ ମାଉନ୍ଦପୂର ଗାଁ ହେଉଛି ଦୁଇରୁ ତିନିକିଲୋମିଟର ଦୂର। ଏହି ଗାଁ ରେ ଚୋରାମଦ ବିକ୍ରି ପାଇଁ କୌଣସି ଦୋକାନ ନୁହେଁ ବରଂ ଆପଣ ଏହି କୋଠା ଦେଖୁଥିବା ଘର ଏବଂ ଗାଁ ମଝିରେ ଥିବା ଘରେ ଚୋରା ମଦ ବିକ୍ରି ହେଉଥିଲା।  କିଏ ଜଙ୍ଗଲ ରୁ ପୋଚ କରି ମଦ ଆଣୁଥିଲା ତ ଆଉ କିଏ ନିକଟସ୍ଥ ମାଫିଆଙ୍କ ଠୁ। ସବୁ ଦିନ ଭଳି ଗତ ରାକ୍ଷୀ ପୁର୍ଣ୍ଣିମାରେ  ଏହି ଗାଁ କୁ ଆସି ମଦ ପିଇ ଯାଇଥିଲେ ଜେନାପୂର ଏବଂ କରଗାଲୁଆ ଗାଁ ଲୋକ।  କିନ୍ତୁ ଜାଣିନଥିଲେ ଯେ ଏଥର ମଦ ତାଙ୍କ ଜୀବନ ନେଇଯିବ ବୋଲି। 

ସ୍ଥିତି ଏମିତି ହୋଇଛି ଯେ ମଦମୃତ୍ୟୁ ର  ବିଭୀଷିକା ପରଠୁ ଶୁଖୁନି ଲୁହ, ଚାଲିଛି ଶୁଦ୍ଧିକ୍ରିୟା।  ଏ ବୁଢ଼ୀ ମାଆ 60 ବର୍ଷୀୟ ସ୍ୱାମୀ ଜୁର ବେହେରାଙ୍କୁ ହରାଇ କେତେବେଳେ ବାହୁନି ବାହୁନି କାନ୍ଦୁଛି।   ଠିକ ସେଇଭଳି 38ବର୍ଷୀୟ ଲୋକନାଥ ବେହେରାଙ୍କ ର ମଦମୃତ୍ୟୁ ପରେ 10ବର୍ଷ ପୂର୍ଵରୁ ଭଲ ପାଇକି  ବାହା ହୋଇଥିବା ଲୋକନାଥଙ୍କ ସ୍ତ୍ରୀ ଭାଗ୍ୟ ବେହେରାଙ୍କ ମଥା ରୁ ସିନ୍ଦୁର   ଲିଭି ଯିବା  ପରେ ସେ ସତେ ଯେମିତି ସ୍ତବ୍ଧ ପାଲଟି ଯାଇଛନ୍ତି। କିଏ ଘରର ରୋଜଗାରିଆ ପୁଅକୁ ହରାଇଛି ତ ଆଉ କାହା ଘର ହୋଇଯାଇଛି ମୁରବି ଶୂନ୍ୟ।  ଚିକିଟି ପେଣ୍ଠ ଜେନାପୁର ମଦ ଟ୍ରାଜେଡିକୁ ଇତିମଧ୍ୟରେ ବିତିଯାଇଛି 4ଦିନ। ଦୁଇ ଜଣଙ୍କ ଜୀବନ ତ ଚାଲିଗଲା। ହେଲେ ଯେଉଁ 12ଜଣ ମରଣ ସହ ସଂଘର୍ଷ କରୁଛନ୍ତି, ଅନ୍ତତଃ ସେମାନେ ମେଡ଼ିକାଲରୁ ସୁସ୍ଥ ହୋଇ ଫେରିଆସିବା ବାଟକୁ ଅନାଇ ରହିଛନ୍ତି ଆତ୍ମୀୟ ସ୍ୱଜନ ଏବଂ ପୁରା ଗାଁ।

ଯେଉଁମାନେ ମଧ୍ୟ ପ୍ରତ୍ୟେକ ଦିନ ଭଳି ସେଦିନ ମଦପିଇ ଅସୁସ୍ଥ ହୋଈ ଘରକୁ ଫେରିଛନ୍ତି ସେମାନେ କହିଛନ୍ତି ସବୁଦିନ ଭଳି ରାକ୍ଷୀ ପୁର୍ଣିମା ଦିନ ମଦ ପିଇବାକୁ ଯାଇଥିଲୁ। କିନ୍ତୁ ସେଦିନ ମଦ ରେ ଆଉ କିଛି ଅପମିଶ୍ରିତ ହୋଇଥିଲା ଆଉ ଯେଉଁଥିପାଇଁ ଘରକୁ ଆସିବାର କିଛି ସମୟ ପରେ ଝାଡାବାନ୍ତି ହୋଈ ଦେହ ଅସୁସ୍ଥ ହେଲା। ଅନ୍ୟପଟେ କେବଳ ଆଜି ନୁହେଁ ନିର୍ବାଚନ ସମୟରେ ଏବଂ ଦୀର୍ଘ ବର୍ଷ ବର୍ଷ ଧରି ଏମିତି ବେଆଇନ ମଦ ବିକ୍ରି ହେଉଛି।ବେଆଇନ ଏବଂ ବିଷାକ୍ତ ମଦ ବନ୍ଦ ପାଇଁ ବାରମ୍ବାର କହିବା ପରେ ମଧ୍ୟ ସେତେବେଳେ ପୋଲିସ ହେଉ କିମ୍ବା ପ୍ରଶାସନ କେହି ଶୁଣୁନଥିଲେ ତେଣୁ ଆଜି ଏ ଅବସ୍ଥା। ନକଲି ମଦ ର କିମିଆ ଏତେ ଥିଲା ଯେ ବାରମ୍ବାର ମନାକଲା ପରେ ବି ସେଠାକୁ ମଦ ପିଇବାକୁ ଲୋକେ ଯାଉଥିଲେ। ତେଣୁ ବର୍ତ୍ତମାନ ମଧ୍ୟ ମଦକୁ ସମ୍ପୂର୍ଣ ବନ୍ଦ କରାଯାଉ ବୋଲି କହିଛନ୍ତି ସମ୍ପର୍କୀୟ।
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The village went quiet for wine, alcohol death in chikiti | Argus News