Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡହଳ ବିକଳ ଗ୍ରାମବାସୀ, ନଦୀ ପାଣି ପିଇ ବିତୁଛି ଜୀବନ

Odisha

ଡହଳ ବିକଳ ଗ୍ରାମବାସୀ, ନଦୀ ପାଣି ପିଇ ବିତୁଛି ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଡହଳ ବିକଳ ଗ୍ରାମବାସୀ, ନଦୀ ପାଣି ପିଇ ବିତୁଛି ଜୀବନ

ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ହେଲାଣି ଜଳ ସଙ୍କଟ, ତାତିର ତାଉକୁ ବଳି ଯାଉଛି ତଣ୍ଟିର ଶୋଷ। ପିଇବା ପାଣି ପାଇଁ ଚାଲିବାକୁ ପଡୁଛି କୋଶ କୋଶ ବାଟ, ନଦୀରୁ ପାଣି ବ୍ୟବହାର କରି ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ସୁବର୍ଣ୍ଣପୁର ବୀରମହାରାଜପୁର ବୁରୋଘାଟ ନୂଆପାଲ୍ଲୀ ଗାଁରୁ ସାମ୍ନାକୁ ଆସିଛି ଏଭଳି ଜଳ ସମସ୍ୟାର ଚିତ୍ର। ଦୀର୍ଘ ବର୍ଷ ପରେ ବି ଗାଁରେ ଆବଶ୍ୟକତା ଅନୁସାରେ ନଳକୂପ ନାହିଁ। ଫଳରେ ଗାଁରୁ ଦୂରରେ ଥିବା ମହାନଦୀରୁ ଜଳ ସଂଗ୍ରହ କରି ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ଝାଡ଼ାବାନ୍ତି ସାଙ୍ଗକୁ ବିଭିନ୍ନ ପ୍ରକାର ଚର୍ମରୋଗ ମଧ୍ୟ ଦେଖିବାକୁ ମିଳୁଛି।

ଜଳ ଯୋଗାଣ ନାଁରେ ଏଠାକାର ଗାଁ ଲୋକ ହୋଇଛନ୍ତି ପ୍ରତାରଣାର ଶିକାର। ପୂର୍ବ ବିଜେଡି ସରକାରରେ ବସୁଧା ଯୋଜନା ନାଁରେ କେବଳ ପ୍ରକଳ୍ପ ଘୋଷଣା ହୋଇଥିଲେ ବି ତାହା କାର୍ଯ୍ୟକାରୀ ଶୋଇପାରିନାହିଁ। ଏବେ ରାଜ୍ୟରେ ବିଜେପି ସରକାର ଆସିଥିବା ବେଳେ ଏହି ଜଳ ସମସ୍ୟାର ସମାଧାନ ହେବାର ବାଟ ଫିଟିଛି। ଖୁବ୍ ଶୀଘ୍ର ଗାଁକୁ ଜଳଯୋଗାଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। କେବେ ବୁରୋଘାଟ ଅଞ୍ଚଳର ଜଳ ସମସ୍ୟାର ସମାଧାନ ହେଉଛି ଦେଖିବାକୁ ବାକି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-villagers-are-suffering-they-spend-their-lives-drinking-river-water | Argus News