Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲୁଣିଆ ହେବାରେ ଲାଗିଛି ଋଷିକୁଲ୍ୟା ନଦୀର ଜଳ

Odisha

ଲୁଣିଆ ହେବାରେ ଲାଗିଛି ଋଷିକୁଲ୍ୟା ନଦୀର ଜଳ

Rashmita Mishra
Browse all articles by Rashmita Mishra
·1 year ago·2 min read
ଲୁଣିଆ ହେବାରେ ଲାଗିଛି ଋଷିକୁଲ୍ୟା ନଦୀର ଜଳ

Key Points

କୂଳ ଲଂଘି ମାଡ଼ି ଆସୁଛି ସମୁଦ୍ର
10ରୁ ଅଧିକ ଗାଁ ପ୍ରତି ବଢୁଛି ବିପଦ
ନଦୀପଥରେ 10 କିମି ଭିତରକୁ ପଶୁଛି ଜୁଆର
ଲୁଣିଆ ହେବାରେ ଲାଗିଛି ଋଷିକୁଲ୍ୟା ନଦୀ
ଜଳସେଚନ ଓ ପିଇବା ଯୋଗ୍ୟ ହେଉନି ପାଣି

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ବଙ୍ଗୋପସାଗର । କୂଳ ଲଙ୍ଘି ତୀବ୍ର ବେଗରେ ମାଡ଼ି ଆସୁଛି ସମୁଦ୍ର । ଗଞ୍ଜାମ ମୁହାଣ ଯେଉଁଠି ସମୁଦ୍ର ଏବଂ ଋଷୁକୂଲ୍ୟାର ମିଶ୍ରଣ ସ୍ଥଳ । ସେଠାରେ କଂସାରୀଗଣ୍ଡ ପର୍ଯ୍ୟନ୍ତ ପ୍ରାୟ ୧୦ କିମି ନଦୀ ଭିତରକୁ ସମୁଦ୍ରର ଲୁଣି ପାଣି ପଶିବା ପରେ ଫେରିବାକୁ ବାଟ ପାଉନି। ମୁହାଣରେ ଏହି ଭଟ୍ଟାପାଣିକୁ ରୋକୁଛି ବାଲିହୁଙ୍କା । ଲୁଣିପାଣି ନଦୀପାଣିରେ ଲହଡ଼ି ଖେଳି ମଧୁର ପାଣିକୁ ଲବଣାକ୍ତ କରୁଛି । ଫଳରେ ଋଷିକୂଲ୍ୟାର ଏହି ପାଣି ଜଳସେଚନ ଓ ପିଇବା ପାଣି ପାଇଁ ଅନୁପଯୋଗୀ ହେଉଛି । ବିଶେଷ କରି ଅମାବାସ୍ୟା, ପୂର୍ଣ୍ଣିମାରେ ସମୁଦ୍ର ଅଶାନ୍ତ ହେଲେ ଏଭଳି ସମସ୍ୟା ଉପୁଜୁଛି। ଏହି କାରଣରୁ ମାସକରେ ୩/୪ ଥର ନଦୀପାଣି ଲୁଣିଆ ହୋଇଯାଉଛି । ଗଞ୍ଜାମ ଏନଏଏସି, କାଇଁଚପୁର, ମଲାଡ ଓ କରପଡ଼ା ପଞ୍ଚାୟତ ସମେତ ପୋଟଲାମପୁର ପଞ୍ଚାୟତ ଭଳି ପ୍ରାୟ 10ରୁ ଅଧିକ ଗାଁକୁ ପ୍ରତି ବିପଦ ବଢୁଛି ।

ବର୍ତ୍ତମାନ ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ପାଇଁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଇନ୍‌ଟେକ୍ ୱେଲ୍ ଋଷିକୁଲ୍ୟା ନଦୀ ଶଯ୍ୟାରେ କଂସାରାଗଣ୍ଡ ବ୍ୟାରେଜ୍ ନିକଟରେ ନିର୍ମାଣ ହେଉଛି । ସ୍ଥିତି ଏମିତି ହେଲାଣି ଯେ, ଖରାଦିନେ ଜୁଆର ପାଣି ଇନ୍‌ଟେକ୍ ୱେଲ୍ ଭିତରକୁ ଯିବା ଆଶଙ୍କା କରାଯାଉଛି । ପରିବେଶବିତ କହିଛନ୍ତି ସମୁଦ୍ର ସହ ନଦୀ ଉପକୂଳର ବାଲି ଶଯ୍ୟାକୁ ସରକାରୀ ଏବଂ ସ୍ଥାନୀୟ ନେତୃବୃନ୍ଦ ସ୍ତରରେ ସୁରକ୍ଷା ଆବଶ୍ୟକତା ଜରୁରୀ ହୋଇପଡିଛି ।

ଦୀର୍ଘ ମାସ ଧରି ଏଭଳି ସମସ୍ୟା ଲାଗି ରହିଥିବାବେଳେ ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ବଡ଼ ଧରଣର ଜଳ ସମସ୍ୟା ଉପୁଜିବାକୁ ଏଡାଇ ଦିଆଯାଇପାରିବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The water of the Rusikulya River is becoming salty. | Argus News