Videos
|
Odisha

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ, ଆଜି ଶୀତଳଷଷ୍ଠୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ, ଆଜି ଶୀତଳଷଷ୍ଠୀ

Key Points

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ
କେଦାରଗୌରୀ ମନ୍ଦିରରେ ପଡ଼ିଲା ହାତଗଣ୍ଠି
ପ୍ରଭୁଙ୍କ ବରଯାତ୍ରା ଦୃଶ୍ୟ ଦେଖିବାଲି ଲାଗିଥିଲା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ
ଆଜି ଶୀତଳଷଷ୍ଠୀରେ ଫେରିବେ ଦେବଦମ୍ପତି ଘରୁ ମେଲାଣି ନେଇ ସ୍ବଗୃହ ପ୍ରତ୍ୟାବର୍ତ୍ତନ କରିବେ

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ। ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି। ବରଯାତ୍ରୀ ପଟୁଆର ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶ୍ବଶୁର ଘର କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ଓ ସେଠାରେ ଯଥାରୀତି ମା’ ପ‌ାର୍ବତୀଙ୍କ ସହ ତାଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପାଣିଗ୍ରହଣ ଉତ୍ସବ ପରେ ଜ୍ବାଇଁ ଓ ବରଯାତ୍ରୀଙ୍କୁ ପାରମ୍ପରିକ ରୀତିରେ ଶ୍ବଶୁର ଘର ପକ୍ଷରୁ ଅଭ୍ୟର୍ଥନା ଦିଆଯାଇଥିଲା। ବାଜା, ବାଣ, ରୋଷଣୀ ଓ ହୁଳହୁଳିରେ ପ୍ରକମ୍ପିତ ହୋଇପଡିଥିଲା ପୂରା ପରିବେଶ ।


ପ୍ରଭୁଙ୍କ ବରଯାତ୍ରା ଦୃଶ୍ୟ ଓ ପରିବେଶ ବେଶ୍ ଭକ୍ତିମୟ ଓ ଆବେଗପୂର୍ଣ୍ଣ ଥିଲା। ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ ଓ ଏକାମ୍ର ବନ ଦେଇ ବରଯାତ୍ରୀ ଦଳ ଯାଉଥିବା ‌ବେଳେ ଘର ବାରଣ୍ଡାରେ ଓ ଛାତରେ ଠିଆ ହୋଇ ସ୍ଥାନୀୟ ଲୋକେ ଏହି ଦିବ୍ୟ ଦୃଶ୍ୟ ଦେଖିବା ମଉକା ଛାଡ଼ିନଥିଲେ। କେଦାରଗୌରୀ ମନ୍ଦିରଠାରେ ଉପସ୍ଥିତ ସେବାୟତମାନେ ବର ଓ ବରଯାତ୍ରୀଙ୍କୁ ଭବ୍ୟ ସ୍ବାଗତ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପରେ ବିଧି ମୁତାବକ ବେଦୀରେ ବରକନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲା ଓ ବନ୍ଦାପନା କାର୍ଯ୍ୟ ବି ସମାହିତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ୍ ହୋଇଥିଲେ। ଆଜି ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତି ଶ୍ବଶୁର ଘରୁ ମେଲାଣି ନେଇ ସ୍ବଗୃହ ପ୍ରତ୍ୟାବର୍ତ୍ତନ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-wedding-of-lord-lingaraj-has-concluded-today-is-the-winter-solstice | Argus News