Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜନସମୁଦ୍ର ପାଲଟିଲା ସମ୍ବର୍ଦ୍ଧନା ସଭା

Odisha

ଜନସମୁଦ୍ର ପାଲଟିଲା ସମ୍ବର୍ଦ୍ଧନା ସଭା

Rashmita Mishra
Browse all articles by Rashmita Mishra
·1 year ago·1 min read
ଜନସମୁଦ୍ର ପାଲଟିଲା ସମ୍ବର୍ଦ୍ଧନା ସଭା

Key Points

  • ଓଡ଼ିଶାରେ ପ୍ରଧାନମନ୍ତ୍ରୀ
  • 3 ଦିନିଆ ଗସ୍ତରେ ମୋଦି
  • ବିମାନବନ୍ଦରରେ ଉଚ୍ଛ୍ବସିତ ସ୍ବାଗତ
  • ଜନସମୁଦ୍ର ପାଲଟିଲା ସମ୍ବର୍ଦ୍ଧନା ସଭା

ଅର୍ଗସ ବ୍ୟୁରୋ: ଜଗନ୍ନାଥଙ୍କ ଭୂଇଁରେ ଜଗନ୍ନାଥଙ୍କ ପୁତ୍ର । ପାଞ୍ଚ ମାସ ଭିତରେ ତୃତୀୟ ଗସ୍ତ। ନେତାଙ୍କଠାରୁ ଜନତା ସମସ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ। ଜନନାୟକଙ୍କୁ ଭବ୍ୟ ସ୍ବାଗତ । ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଭୁବନେଶ୍ବରରେ ହୋଇଥିଲା ଭବ୍ୟ ପ୍ରସ୍ତୁତି । ପ୍ରିୟ ନେତାଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ବିମାନ ବନ୍ଦର ପାଖ ରାସ୍ତା। ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଲୋକକଳା ଓ ଲୋକନୃତ୍ୟର ଝଲକ। ଅପେକ୍ଷା କରିଥିଲେ ହଜାର ହଜାର ସଂଖ୍ୟାରେ ଲୋକେ। 

ଅପରାହ୍ନ 4.20ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଅଶ୍ବିନୀ ବୈଷ୍ଣବ, ବିଜେପି ରାଜ୍ୟ ସଭାପତି, ବିଜେପି ସାଂସଦ ଓ ବିଧାୟକ। ବିମାନ ବନ୍ଦରରୁ ସିଧା ସଭାସ୍ଥଳକୁ ଗଲେ ପ୍ରଧାନମନ୍ତ୍ରୀ । ରାସ୍ତାରେ ଜନତାଙ୍କୁ ଅଭିବାଦନ ଜଣାଇଲେ ମୋଦି। ଜନସମୁଦ୍ର ପାଲଟିଥିଲା ବିମାନବନ୍ଦର ନିକଟରେ ଆୟୋଜିତ ସାଧାରଣ ସଭା। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତୃବୃନ୍ଦ। ପିଏମ୍ ମୋଦିଙ୍କୁ ସ୍ବାଗତ କଲେ ବିଜେପି ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ । ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ଅଜସ୍ର ଭଲପାଇବା ଦେଇଥିବାରୁ କୃତଜ୍ଞତା ଜଣାଇଲେ ମୋହନ ମାଝୀ। 

ସଭାସ୍ଥଳରୁ ବାହାରି ସିଧାସଳଖ ରାଜଭବନ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ। ଝିପି ଝିପି ବର୍ଷାରେ ଭିଜି ପିଏମଙ୍କୁ ସ୍ବାଗତ କରିବାକୁ ରାଜଧାନୀର ରାସ୍ତାକଡ଼ରେ ଉପସ୍ଥିତ ଥିଲେ ହଜାର ସଂଖ୍ୟାରେ ଲୋକେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The welcome meeting turned into a sea of ​​people. | Argus News