Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗ୍ରୀଷ୍ମପ୍ରବାହରେ ସିଝୁଛି ସାରା ଓଡିଶା

Rashmita Mishra
Browse all articles by Rashmita Mishra
·1 year ago·2 min read
ଗ୍ରୀଷ୍ମପ୍ରବାହରେ ସିଝୁଛି ସାରା ଓଡିଶା

Key Points

ଅସହ୍ୟ ମାର୍ଚ୍ଚ

ତାତିର ତାଉରେ ଜଳିବ ଓଡ଼ିଶା

୪୦ ଡିଗ୍ରୀମୁହାଁ ପାରଦ

ଭାଜି ହେବ ଅଧା ଓଡ଼ିଶା

ମାର୍ଚ୍ଚରୁ ଅସହ୍ୟ ହେଲାଣି ତାତି। ଗ୍ରୀଷ୍ମପ୍ରବାହରେ ସିଝୁଛି ଓଡିଶା। ଦାଉ ସାଧୁଛି ପ୍ରଚଣ୍ଡ ଖରା। ଗତ ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବା ବେଳେ ଆଜିଠାରୁ ପୁଣି ବଢିଛି ତାତି। ତାତି ବଢୁଥିବା ବେଳେ ହିଟ ୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ। ୧୩ ଓ ୧୪ ତାରିଖ ଦୁଇଦିନ ଧରି ଜାରି ହୋଇଛି ହିଟୱେଭ। ବିଶେଷ କିର ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି। ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡା, ବଲାଙ୍ଗୀର ,ବୌଦ୍ଧ ଓ ସୋନପୁରକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୪୦ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି। ୫ ଦିନ ଭିତରେ ୩ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବି ୪୦ ଡିଗ୍ରୀ ତାପମାତ୍ରା ଛୁଇଁପାରେ ପାରଦ ।

ହଠାତ ତାପମାତ୍ରାରେ ବୃଦ୍ଧି ଯୋଗୁଁ କଟକ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ 12 ଟା ହେଉ ହେଉ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ଦିନ ସମୟରେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଛି । ଦୈନିକ ତାପମାତ୍ର ବୃଦ୍ଧି ପାଇବା ସ୍ୱତେ କଟକ ମହାନଗର ନିଗମ କୌଣସି ସ୍ଥାନରେ ଜଳ ଛତ୍ର ଖୋଲି ନଥିବା ଅଭିଯୋଗ ହୋଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳ ଛତ୍ର କିମ୍ବା ପାନୀୟ ଜଳ ବ୍ୟବସ୍ଥା ନାହିଁ । କଲବଲ ହେଉଛନ୍ତି ପଥଚାରୀ । ଖରା ଆରମ୍ଭରୁ ଜଳଛତ୍ର ଲୋକଙ୍କ ଶୋଷ ମେଣ୍ଟାଇ ପାରୁନଥିବା ଅଭିଯୋଗ ହୋଇଛି ।

ମହାନଗର ନିଗମ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଲାଗିଥିବା ପାନୀୟ ଜଳ କିଓସ୍କିର ଗ୍ଲାସ ଅଛି ହେଲେ ଟୋପାଏ ବି ପାଣି ବାହାରୁନାହିଁ । କାରଣ ତାହା ଚାଲିବା ଅବସ୍ଥା ରେ ନାହିଁ । ତିନି ମାସ ହେବ ଅଚଳ ହୋଇ ପଡିଥିବା ଅଭିଯୋଗ ହୋଇଛି। ଇଏ ଭାତ ହାଣ୍ଡିରୁ ଗୋଟିଏ। ଅନ୍ୟ କିଓସ୍କି ଟ୍ୟାପ କଥା ନକହିଲେ ଭଲ । ସେପଟେ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ଜଳ ଛତ୍ର କରାଯିବ ବୋଲି କହିଛନ୍ତି ମେୟର । ମହାନଗର ନିଗମ ପକ୍ଷରୁ ବିଭିନ୍ନ ସମାଜିକ ସଂଗଠନ ଏବଂ ବ୍ୟାଙ୍କ ଶାଖା ମାନଙ୍କ ସହାୟତା ନେବା ସହ ନିଗମ ପକ୍ଷରୁ ବିଭିନ୍ନ ଛକରେ ଜଳ ଛତ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ଏନେଇ ସମସ୍ତଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ମେୟର।

ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେପଟେ ଗତ ୨୪ ଘଂଟାରେ ବୌଦ୍ଧରେ ସର୍ବାଧିକ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡା,ବଲାଙ୍ଗୀର ଓ ଟିଟିଲାଗଡରେ ୩୭ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-whole-of-odisha-is-sweltering-in-the-summer-heat | Argus News